ପୋଲସରା ଏନଏସି ହେବ ପ୍ଲାଷ୍ଟିକ ଓ ପାଲିଥିନି ମୁକ୍ତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ପାରିଷଦ ମଣ୍ଡଳୀ ବୈଠକ ନଭେମ୍ବର ୨୫ ତାରିଖ ଦିନ ଏନଏସି ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ଅଧ୍ୟକ୍ଷତାରେ ପାରିଷଦ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆଲୋଚ୍ୟ ବିଷୟ ଉପରେ ଧାରଣା ପ୍ରଦାନ କରିଥିଲେ। ପୋଲସରା ସହରକୁ ପ୍ଲାଷ୍ଟିକ ଓ ପାଲିଥିନି ମୁକ୍ତ କରିବା ପାଇଁ ରୂପରେଖ ପ୍ରସ୍ତୁତି କରିବା ସହ କଠୋର ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ସମସ୍ତ ନାଗରିକ ପ୍ଲାଷ୍ଟିକ ମୁକ୍ତ ସହର ଆଦର୍ଶ ଅନୁକରଣ ପାଇଁ ମୋଚିରାମ ସାହୁ ଓ ଆଦର୍ଶ ପୁରସ୍କାର ପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ଦୁଇ ଜଣଙ୍କୁ ଉକୃଷ୍ଟ ପ୍ରତିନିଧି ଭାବେ ଏନଏସି ପକ୍ଷରୁ ନିଯୁକ୍ତି ଦେବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏନଏସିର ଉତ୍ତମ ସଫେଇ କର୍ମଚାରୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ମୁକ୍ତା ଯୋଜନାର ସଫଳତା ପାଇଁ ସମସ୍ତ ପାରିଷଦ ମାନଙ୍କୁ ତାଲିମ ପ୍ରଦାନ କାରାଯାଇ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବୈଠକରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବିଧାୟକ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନଙ୍କ ସମେତ ପାରିଷଦ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ