ପୋଲସରା କଲେଜରେ ବିଶ୍ୱ ଏଡସ ଦିବସ ପାଳନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ରାଜ୍ୟରେ ଏକ ଏଡସ ରୋଗ ବହୁଳ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ ମୋଟ ୧୮ହଜାର ୪୮୪ ଜଣ ଏଡସ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ପୋଲସରା ବ୍ଲକ ଓ ଏନଏସି ରେ ମୋଟ ୧୩୪୨ ଜଣ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଅଛି। ଏହି କାରଣ ଯୋଗୁଁ ପୋଲସରା ଅଞ୍ଚଳରେ ଏଡସ ସଚେତନତାର ଯଥେଷ୍ଟ ଆବଶ୍ୟକ ରହିଅଛି। ପ୍ରଶଂସନୀୟ ବିଷୟ ପୋଲସର ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଓ ରେଡ୍ ରିବନ କ୍ଲବ୍ ପକ୍ଷରୁ ଡିସେମ୍ବର ୦୧ ତାରିଖ ଦିନ ବିଶ୍ୱ ଏଡସ ଦିବସ ଉପଲକ୍ଷେ ଏଚ୍. ଆଇ. ଭି/ଏଡ଼ସ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଦିବସ ଅବସରରେ ମହାବିଦ୍ୟାଳୟ ଆଡମିନିଷ୍ଟ୍ରଟିଭ ବରସର ତଥା ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ରୁଦ୍ର ପ୍ରସାଦ ଗୌଡ଼ ପ୍ଲାକାର୍ଡ ଧରି ଶୋଭଯାତ୍ରାକୁ ଉଦଘାଟନ କରିଥିଲେ। ଯୁବ ରେଡକ୍ରସ୍ କାଉନସିଲ ବିଶ୍ଵନାଥ ଚୌଧୁରୀ, ଜାତୀୟ ସେବା ଯୋଜନାର ତିନିଗୋଟି ୟୁନିଟର ପ୍ରୋଗ୍ରାମ ଅଫିସର ସେକ ଫରିଦ୍, ପ୍ରକାଶ ଚନ୍ଦ୍ର ସାହୁ ଓ ବସନ୍ତ କୁମାର ପାଣି ସଂଯୋଜନା କରିଥିଲେ। ସ୍ବେଛାସେବୀ ମାନେ ପ୍ଲାକାର୍ଡ ମାଧ୍ୟମରେ ସ୍ଲୋଗାନ ଦେଇ ଜନ ସାଧାରଣଙ୍କୁ ଏଡ଼ସରୁ ଦୁରେଇ ରହିବା ପାଇଁ ସଚେତତା କରିଥିଲେ। ଶୋଭାଯାତ୍ରା କଲେଜ ଛକ , ବ୍ଲକ ଛକ, ହାଇସ୍କୁଲ ଛକ ଦେଇ କଲେଜକୁ ଫେରିଥିଲା। ଇତିହାସ ବିଭାଗର ମୁଖ୍ୟ ଶାନ୍ତନୁ କୁମାର ପ୍ରଧାନ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ