ପୋଲସରା କଲେଜରେ ସ୍ୱଚ୍ଛତା ଓ ଶ୍ରମଦାନ ଦିବସ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅକ୍ଟୋବର ୧ ତାରିଖ ଦିନ ସ୍ୱଚ୍ଛତା ଓ ଶ୍ରମଦାନ ଦିବସ ପାଳିତ ହୋଇଯାଇଛି। କଲେଜ ପ୍ରିନ୍ସପାଲ ବନମାଳୀ ବେହେରାଙ୍କ ପ୍ରୋତ୍ସାହନ ରେ ଜାତୀୟ ସେବା ଯୋଜନା (ଏନଏସଏସ)ର ୩ ଟି ୟୁନିଟ ଓ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଓ କ୍ୟାଡଟ ବୃନ୍ଦ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଶ୍ରମଦାନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥିଭାବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଅଶ୍ବିନୀ କୁମାର ପଟ୍ଟନାୟକ ଓ ପୋଲସରା ମହାବିଦ୍ୟାଳୟ ର ପ୍ରାଧ୍ୟାପକ ବାଲ ରାଜୁ ପାତ୍ର ଯୋଗଦେଇଥିଲେ। ଏନଏସଏସ(ପୁରୁଷ)( ମହିଳା) ଓ (ଉଭୟ) ୩ଟି ୟୁନିଟର ପ୍ରଗ୍ରାମ ଅଫିସର ପ୍ରକାଶ ଚନ୍ଦ୍ର ସାହୁ, ବସନ୍ତ କୁମାର ପାଣି ଓ ସେକ୍ ଫରିଦ୍ ଏବଂ ଏନସିସି ଲେଫନାଣ୍ଟ ବିନତା କୁମାରୀ ଦାଶଙ୍କ ତତ୍ତ୍ୱାବଧାନରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ଶ୍ରମଦାନ କରି କଲେଜର ପରିସର ସଫା କରିବା ସହ ରାସ୍ତା ସଫା କରିଥିଲେ। ଏହାଦ୍ୱାରା ପରିବେଶ ସ୍ୱଚ୍ଛତା ରହିବା ସହ ଜନସଚେତନତା ସୃଷ୍ଟି ହୋଇପାରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ