ପୋଲସରା କଲେଜ ପକ୍ଷରୁ ଜାତୀୟ ମତଦାନ ଦିବସ ପାଳନ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ଜାନୁଆରୀ ୨୫ ତାରିଖ ଦିନ ଜାତୀୟ ମତଦାନ ଦୀବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ଯକ୍ଷ ଡଃ. ଦିବାକର ମିଶ୍ର ମତଦାନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସବୁଜ ପତାକା ଦେଖାଇ ମତଦାନ ସଚେତନତା ରାଲିକୁ ଉଦ୍ଘାଟନ କରିଥିଲେ। ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ ଶପଥ ପାଠ କରାଇଥିବା ବେଳେ ଲେଫନାଣ୍ଟ ବନିତା କୁମାରୀ ଦାଶ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ମହିଳା ସମର ଶିକ୍ଷାର୍ଥୀ ବାହିନୀର ୪୮ ଜଣ କ୍ୟାଡଟ ବ୍ଲକ ଛକରୁ ଏନ୍.ଏ.ସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ରାଲି କରିଥିଲେ। ଏନସିସି କ୍ୟାଡଟମାନେ ବିଭିନ୍ନ ପ୍ଲାକାର୍ଡ ଧରି ସନସ୍ତ ମତଦାତା ନିଜର ଭୋଟ ପ୍ରଦାନ କରିବାକୁ ସଚେତନ କରିଥିଲେ। ଏନଏସି କାର୍ଯ୍ଯନିର୍ବାହି ଅଧିକାରୀ ତଥା ପୋଲସରା ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁ ,ପୂର୍ବତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ ଓ ଏନଏସି ଯନ୍ତ୍ରୀଙ୍କୁ ଭେଟି ଜାତୀୟ ମତଦାନ ଦିବସ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ଯାପକ ବନମାଳୀ ବେହେରା, ରବିନ୍ଦ୍ରନାଥ ପାଳ, କିଶୋର ଚନ୍ଦ୍ର ଜେନା, ବାଲ୍ ରାଜୁ ପାତ୍ର, ଶେଖ୍ ଫରିଦ୍ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ