ପୋଲସରା କଲେଜ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ପାଳନ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ, ରେଡ ରିବନ କ୍ଲବ ଓ ଜାତୀୟ ସେବା ଯୋଜନା ପକ୍ଷରୁ ମିଳିତ ଭାବେ ବିଶ୍ୱ ଏଡ୍ସ ଦିବସ ପାଳନ ହୋଇଯାଇଛି। କଲେଜର ପ୍ରିନ୍ସପାଲ ବନମାଳୀ ବେହେରାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। +୨ ବିଭାଗର ଦାୟିତ୍ବ ବହନ କରିଥିବା ଅଧ୍ୟାପକ ବାଲ ରାଜୁ ପାତ୍ର ପତାକା ଦେଖାଇବା ପରେ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା। ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ଏଡସ ସଚେତନତା ଶୋଭାଯାତ୍ରା କଲେଜ ପରିସରରୁ ବାହାରି ବ୍ଲକ, ଗୋପବନ୍ଧୁ ହାଇସ୍କୁଲ, ତୋଟା ସାହି, ଦେବୀ ନଗର ଦେଇ ପୁଣି କଲେଜରେ ପହଞ୍ଚିଥିଲା। ସ୍ୱେଚ୍ଛାସେବୀ ବୃନ୍ଦ ହାତରେ ପ୍ଲାକାର୍ଡ ଧରି ଏଡସ ବିଷୟରେ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଯୁବ ରେଡ କ୍ରସ କାଉନସିଲର ଅଧ୍ୟାପକ ବିଶ୍ଵନାଥ ଚୌଧୁରୀ, ଏନଏସଏସ ପ୍ରୋଗ୍ରାମ ଅଫିସର ତିନି ଅଧ୍ୟାପକ ଶେକ୍ ଫରିଦ୍, ପ୍ରକାଶ ଚନ୍ଦ୍ର ସାହୁ ଓ ବସନ୍ତ କୁମାର ପାଣି, ଯୁବ ରେଡ଼କ୍ରସ ମହିଳା କାଉନସିଲର ଅଧ୍ୟାପିକା ସୁଜାତା ରାଣୀ ବେହେରା, ଅଧ୍ୟାପକ ଡକ୍ଟର ବିରଞ୍ଚି ନାରାୟଣ ରଥ, ଅଧ୍ୟାପକ ରାକେଶ କୁମାର ପ୍ରଧାନ, ଅଧ୍ୟାପକ ଶାନ୍ତନୁ ପ୍ରଧାନ, ଅଧ୍ୟାପିକା ଡ଼ଃ ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ, ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ, ପ୍ରାଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼, ଅଧ୍ୟାପକ ପ୍ରମୋଦ କୁମାର ରଥ, ଅନିଲ କୁମାର ଦାଶ ଓ କିଶୋର ଚନ୍ଦ୍ର ଜେନା ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।