ପୋଲସରା କଲ୍ୟାଣ ମଣ୍ଡପରେ ଗ୍ରାମୀଣ ନିଯୁକ୍ତି ମେଳା

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା କଲ୍ୟାଣ ମଣ୍ଡପରେ ନଭେମ୍ବର ୨୫ ତାରିଖ ଦିନ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାକୁ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ପୋଲସରା ବ୍ଲକ ବିପିଏମ ସଞ୍ଜୁ ସାହୁଙ୍କ ସଂଯୋଜନା ଓ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ବ୍ଳକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା ଓ ଜିଲ୍ଲା ପରିଷଦ ସଦସ୍ୟା ସୁଚିତ୍ରା ବିଷୋୟୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଗ୍ରାମୀଣ ନିଯୁକ୍ତି ମେଳାରେ ଛଅ ଗୋଟି କମ୍ପାନୀର କର୍ମକର୍ତ୍ତା ଯୋଗଦେଇଥିଲେ। ନିଯୁକ୍ତି ମେଳାରେ ପୋଲସରା ବ୍ଲକ ଗ୍ରାମାଞ୍ଚଳର ୪୨୨ ଜଣ ଯୁବକ ଯୁବତୀ ନାମ ପଞ୍ଜିକୃତ କରିଥିଲେ। ସେମାନଙ୍କ ମଧ୍ୟରୁ ଜେଆରଜି କମ୍ପାନୀ ୭୯ ଜଣ, ସାଫିଦୁ କମ୍ପାନୀ ୪୨ ଜଣ, ସାହି ଏକ୍ସପୋର୍ଟ କମ୍ପାନୀ ୩୮ ଜଣ, ବ୍ଲାକ ପାଂଥେର କମ୍ପାନୀ ୩୯ ଜଣ, କ୍ୟୁଏସ କମ୍ପାନୀ ୨୯ ଜଣ ଓ ସିଏସ୍ତା କମ୍ପାନୀ ୧୮ ଜଣଙ୍କୁ ନିଯୁକ୍ତି ଦେବାକୁ ମନୋନୀତ କରିଥିଲେ। ଏହି ମେଳାରେ ଗ୍ରାମାଞ୍ଚଳର ମୋଟ ୨୪୫ ଜଣ କର୍ମ ନିଯୁକ୍ତି ସୁଯୋଗ ପାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ