ପୋଲସରା ନିର୍ବାଚନ ମଣ୍ଡଳୀ ୨ ବ୍ଲକ ଓ ୨ ଏନଏସିର ସଭାପତି ନିର୍ବାଚିତ
ବୁଗୁଡା,( ଅନିଲ କୁମାର ମହାରଣା): ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ଓ ବୁଗୁଡା ବ୍ଲକ ଏବଂ ପୋଲସରା ଓ ବୁଗୁଡା ଏନଏସି ବିଜେଡିର ସଭାପତି ପଦବୀ ପାଇଁ ରବିବାର ଦିନ ଧନେଇ ଘାଇ ଡାକବଙ୍ଗଳାରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୋଲସରା ଓ ବୁଗୁଡା ବ୍ଲକ ଏବଂ ପୋଲସରା ଓ ବୁଗୁଡା ଏନଏସିର ବିଜେଡି ସଭ୍ୟ ସଭ୍ୟା ଓ ଲୋକ ପ୍ରତିନିଧି ମାନଙ୍କୁ ନେଇ ଏହି କର୍ମୀ ସମ୍ମିଳନୀରେ ସଭାପତି ନିର୍ବାଚନ ହୋଇଥିଲା।ପର୍ଯ୍ୟବେକ୍ଷକ ଭାବେ ପ୍ରମୋଦ କୁମାର ପାତ୍ର ଯୋଗଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ। ପୋଲସରା ବ୍ଲକ ସଭାପତି ଭାବେ ସୁରେନ୍ଦ୍ର ନାଥ ପ୍ରଧାନ ଓ ପୋଲସରା ନଗର ସଭାପତି ଭାବେ ରଞ୍ଜିତ କୁମାର ସାହୁ ଏବଂ ବୁଗୁଡା ବ୍ଲକ ସଭାପତି ଭାବେ ଇ ମଦନ ଗୋପାଳ ଦୋରା ଓ ବୁଗୁଡା ନଗର ସଭାପତି ଭାବେ ରାଜେନ୍ଦ୍ର କୁମାର ପାଢୀ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।


