ପୋଲସରା ପଞ୍ଚାୟତ ସମିତିର ଅଷ୍ଟମ ବୈଠକ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କାର୍ଯ୍ୟାଳୟର ସମିତି ସମ୍ମିଳନୀ କକ୍ଷରେ ଡିସେମ୍ବର ୧୨ ତାରିଖ ଦିନ ସମିତିର ଅଷ୍ଟମ ବୈଠକ ବ୍ଲକ ଅଧକ୍ଷା କଳ୍ପନା ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ବିଭିନ୍ନ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ସମିତି ବୈଠକ ରେ କୃଷି, ବିଦ୍ୟୁତ, ଶିକ୍ଷା, ଉଦ୍ୟାନ, ପଶୁ ସମ୍ପଦ ସମେତ ବିଭିନ୍ନ ବିଭାଗ ଉପରେ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନେ ଆଲୋଚନା କରିଥିଲେ। ବିଶେଷ କରି ଚିରିକିପଡା ଶାସନ ପଞ୍ଚାୟତରେ ସରପଞ୍ଚ, ସମିତିସଭ୍ୟ ଙ୍କ ଅଗୋଚର ରେ ବହୁ ଦୁର୍ନୀତି କାର୍ଯ୍ୟ ହେଉଛି ବୋଲି ସରପଞ୍ଚ ଭଗବାନ ସାହୁ କହିଥିଲେ, ଆହୁରି ସେ କହିଥିଲେ କିଛି ଗୋଟିଏ ପୋଖରୀ କୁ ଦେଖାଇ ଚାରିଗୋଟି ପ୍ରକଳ୍ପ ର ନାଁ ରେ ବିଭିନ୍ନ ନାମକାରଣ କରି ଲକ୍ଷାଧିକ ଟଙ୍କା ହଡପ ହେଉଥିବା କହିଥିଲେ। ପଂଚାୟତ ରେ ସରପଞ୍ଚ, ସମିତି ସଭ୍ୟ ନଜାଣି ପଞ୍ଚାୟତର ପ୍ରକଳ୍ପର ନାମ ଦିଆଯାଉଛି। ଯେଉଁ କାର୍ଯ୍ୟରେ ଲକ୍ଷେ ଟଙ୍କା ବିଲ ହେବାକଥା ସେହି ସ୍ଥାନରେ ପ୍ରାୟ ୧୦ ଟଙ୍କା ବିଲ କରି ଦୁର୍ନୀତି କରୁଛନ୍ତି।ଏଥିରେ ଯେଉଁ ଯେଉଁ ଅଧିକାରୀମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରପଞ୍ଚ ଭଗବାନ ସାହୁ ବିଡ଼ିଓ କୁରେଶ ଚନ୍ଦ୍ର ଜାନିଙ୍କ ଦୃଷ୍ଟି ଆକର୍ଷଣ କରି ଦୁର୍ନୀତି ବନ୍ଦ କରିବା ଲାଗି କହିଥିଲେ। ଉକ୍ତ ସମିତି ବୈଠକ ରେ ବିଡ଼ିଓ କୁରେଶ ଚନ୍ଦ୍ର ଜାନି, ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆ, ପଶୁ ଚିକିତ୍ସକ ବିଷ୍ନୁପ୍ରିୟା ଦାସ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ଲେଙ୍କା, ଜଲଯୋଗାଣ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠି ଏବଂ ବ୍ଲକ ଉପାଧ୍ୟାକ୍ଷ କାନ୍ହୁ ଚରଣ ପରିଡା, ଜିଲ୍ଲାପରିଷଦ ସଭ୍ୟ ଅଶୋକ ବିଷୋୟୀ, ବିକ୍ରମ ନାୟକ, ରୁନୁ ଦାସ ସମେତ ସମସ୍ତ ସରପଞ୍ଚ ଓ ସମିତି ମେମ୍ବର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ