ପୋଲସରା ପଞ୍ଚାୟତ ସମିତିର ଚତୁର୍ଥ ବୈଠକ ଅନୁଷ୍ଠିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମିତି ବୈଠକ ଗୃହରେ ଅଗଷ୍ଟ ୧୨ ତାରିଖ ଦିନ ପଞ୍ଚାୟତ ସମିତିର ଚତୁର୍ଥ ଅଧିବେଶନ ବ୍ଲକ ଅଧକ୍ଷା କଳ୍ପନା କୁମାରୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ୨୬ ଗୋଟି ପଞ୍ଚାୟତର ରହିଥିବା ସମସ୍ୟା ବିଷୟରେ ଉପସ୍ଥିତ ଥିବା ଜନ ପ୍ରତିନିଧିମାନଙ୍କୁ ପଚାରି ଆଲୋଚନା କରିଥିଲେ।ଏହି ଅଧିବେଶନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ସ୍ୱାଇଁ ଅନୁପସ୍ଥିତ ଥିବାରୁ ତାଙ୍କୁ ନୋଟିସ କରିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପିଇବା ପାଣି, ଉଦ୍ୟାନ ଓ କୃଷି ବିଭାଗ ଆଦି ଉପରେ ଆଲୋଚନା ହୋଇଥିଲା। ଉକ୍ତ ସମିତି ବୈଠକରେ ଅତିରିକ୍ତ ବିଡ଼ିଓ ଧର୍ମରାଜ ପରିଡା,ସହକାରୀ ଯନ୍ତ୍ରୀ ଭିକାରି ଖଣ୍ଡୁଅଳ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ସାଂସଦ ପ୍ରତିନିଧି ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ବିକ୍ରମ କୁମାର ନାୟକ, ଓ ଝୁନୁ ଦାଶଙ୍କ ସମେତ ସରପଞ୍ଚ, ସମିତି ମେମ୍ବର ଓ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ କଣଛାଇ ଓ ମଥୁରା ପଞ୍ଚାୟତର ମହିଳା ଜନପ୍ରତିନିଧିଙ୍କ ସ୍ୱାମୀ ଓ ପୁଅ ମାନେ ଉପସ୍ଥିତ ଥିବା ବେଳେ ସେମାନଙ୍କୁ ବିଡ଼ିଓ ତାଗିଦ କରି ସଭା ଗୃହରୁ ବହାର କରିଦେଇଥିଲେ।ଏହି ଅବସରରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା କୈଳାସ ଚନ୍ଦ୍ର ମୁର୍ମୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ