ପୋଲସରା ପଞ୍ଚାୟତ ସମିତିର ତୃତୀୟ ବୈଠକ ଅନୁଷ୍ଠିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ପଞ୍ଚାୟତ ସମିତିର ତୃତୀୟ ବୈଠକ ସମିତି ସଭା ଗୃହରେ ଏପ୍ରିଲ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଚେୟାରପର୍ସନ କଳ୍ପନା କୁମାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ । ବିଡ଼ିଓ ସୁରଞ୍ଜନ କୁମାର ସାହୁ ପ୍ରଥମ ବୈଠକରେ ଅଧ୍ୟକ୍ଷା ନିର୍ବାଚନ ଓ ଦ୍ଵିତୀୟ ବୈଠକରେ ଉପାଧ୍ୟକ୍ଷ ନିର୍ବାଚନ ହୋଇଥିବା ପ୍ରକାଶ କରିବା ସହ ତୃତୀୟ ବୈଠକ ବିଷୟ ନେଇ ସମ୍ୟକ ଧାରଣା ପ୍ରଦାନ କରିଥିଲେ। ବୈଠକର ଏଜେଣ୍ଡା ପ୍ରକାରେ ପ୍ରଥମେ ସଦସ୍ୟା ସଦସ୍ୟ ମାନଙ୍କୁ ନେଇ ସାତ ଗୋଟି ଷ୍ଟାଣ୍ଡିଙ୍ଗି କମିଟି ଗଠନ କରାଯାଇଥିଲା। କୃଷି ବିଭାଗ, ଉଦ୍ୟାନ ବିଭାଗ, ପ୍ରାଣୀଧନ ବିଭାଗ, ଜଳସେଚନ ବିଭାଗ, ଶିକ୍ଷା ବିଭାଗ, ଶିଶୁ ମଙ୍ଗଳ ବିଭାଗ,ପାନୀୟ ଜଳଯୋଗାଣ ବିଭାଗ ପ୍ରଭୃତିର ଅଧିକାରୀ ବୃନ୍ଦ ବୈଠକରେ ନିଜ ବିଭାଗର ବିବରଣୀ ପ୍ରଦାନ କରିଥିଲେ। ବୈଠକରେ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଏବିଇଓ ଧର୍ମରାଜ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାଶ ଙ୍କ ସମେତ ସମିତି ମେମ୍ବର ଓ ସରପଞ୍ଚ ବୃନ୍ଦ ଏବଂ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ