ପୋଲସରା ପୋଲିସ ଥାନାରେ ନୂତନ ଆଇଆଇସି ଙ୍କ ଦାୟିତ୍ୱ ଗ୍ରହଣ
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନାରେ ନୂଥାନାଧିକାରୀ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ଥାନାରୁ ଆଇଆଇସି କୌଶିକ ମାଝୀ ବଦଳି ହୋଇ ପୋଲସରା ପୋଲିସ ଥାନା ଆଇଆଇସି ଭାବେ ପୂର୍ବତନ ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନିକଟରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ପୋଲସରା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବା ସହ ସହରର ଟ୍ରାଫିକ ସମସ୍ୟା ଓ ରୋଡ଼ ରୋମିଓ ଉପରେ କଡା ନଜର ରଖିବେ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ମାଝୀ ପ୍ରକାଶ କହିଛନ୍ତି। ପୋଲସରାର ବିଭିନ୍ନ ସଙ୍ଗଠନ ସହିତ ନିର୍ବାଚିତ ପ୍ରତିନିଧି ଓ ବୁଦ୍ଧିଜୀବୀ ବୃନ୍ଦ ନୂତନ ଥାନାଧିକାରୀ ଶ୍ରୀମାଝୀ ଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ।