ପୋଲସରା ବନ ବିଭାଗ ପକ୍ଷରୁ ମୟୂର ଶିକାରୀ ଗିରଫ

ପୋଲସରା,(ଅନିଲ କୁମାର ମହାରଣା):ପୋଲସରା ବନାଞ୍ଚଳ ଅନ୍ତର୍ଗତ କୋଦଳା ସେକ୍ସନ ଅଧିକ ସାନଉସ୍ଥାପଡା ଗ୍ରାମ ଚାକୁଣ୍ଡାଖାଇ ପାହଡ଼ ନିକଟରେ ଥିବା ମୟୂର ମାନଙ୍କୁ ସ୍ଥାନୀୟ ଗାମବାସୀ ମାନେ ସୁରକ୍ଷା ଦେଇ ଆସୁଛନ୍ତି । ହେଲେ କିଛି ଯୁବକ ଏହି ମୟୂର ମାନଙ୍କ ଚଳପ୍ରଚଳ ସମୟରେ ଜାଲ ବିଛାଇ ମୟୂର ଶିକାର କରୁଥିବା ଅଭିଯୋଗ ହୋଇଥିଲା । ବୁଢାଆମ୍ବ ଗ୍ରାମର ମଜିଦ୍ ଖାନ୍ ମୟୂର ଶିକାର କରିବା ପାଇଁ ଜାଲ ବିଛାଇ ଜଗିଥିବା ସମୟରେ ଗ୍ରାମବାସୀଙ୍କ ସହଯୋଗରେ ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୋଲସରା ବନପାଳ ହର ପ୍ରସାଦ ସାହୁ, କୋଦଳା ବନପାଳ ବଂଶୀଧର ପ୍ରଧାନ ଏବଂ ବନବିଭାଗ କର୍ମଚାରୀ ଓ ପରାଫରେଷ୍ଟର ବୃନ୍ଦ ଘଟଣା ସ୍ଥଳରେ ପହଞ୍ଚି ମୟୂର ଶିକାରୀ ମଜିଦ୍ ଖାନ୍ କୁ ଗିରଫ କରିଥିଲେ । ମୟୂର ଶିକାର ରେ ବ୍ୟବହୃତ ଜାଲ , ଚାକୁ ଘଟଣା ସ୍ଥଳରେ ଜବତ କରି ବନ୍ୟ ଜନ୍ତୁ ସୁରକ୍ଷା ଆଇନ ୧୯୭୨ ଧାରା ୨(୧୬) ,୯ ଓ ଧାରା ୫୧ ପ୍ରକାରେ କେସ୍ ନଂ- ୭/୨୦୨୦-୨୧ ରେ ଏକ ମାମଲା ରୁଜୁ କରି ଆସମୀକୁ କୋର୍ଟ ଚାଲଣ କରିଥିଲେ। ଭଞ୍ଜନଗର ଏସ୍.ଇ.ଏ.ଏଫ୍ ଶଙ୍କର୍ଷଣ ବେହେରା ଘଟଣା ସ୍ଥଳ ପରିଦର୍ଶନ କରି ଗ୍ରାମର ଉତ୍ସାହିତ ବ୍ୟକ୍ତି ମାନଙ୍କ ସହ ଆଲୋଚନା କରିଥିଲେ। ଲକ୍ ଡାଉନ୍ ଉଠିବା ପରେ ମୟୂର ସୁରକ୍ଷା ନିମନ୍ତେ ଗ୍ରାମରେ ଏକ ମୟୂର ସୁରକ୍ଷା ସମିତି ଗଠନ କରିବା ପାଇଁ ପ୍ରତିଶ୍ରୁତି ଦେଲେ । ଏଥିସହ ପୋଲସରା ବନାଞ୍ଚଳ ପକ୍ଷରୁ ନିମିନା ଗ୍ରାମର ଏକ ବଢେଇ ଶାଳ ରୁ ୩୦ ଘନ ଫୁଟ ଶାଳ , ଶାଗୁଆନ ଓ ଆମ୍ବ କାଠ ଜବତ କରିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୭୦ ହଜାର ହେବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ