ପୋଲସରା ବିଜ୍ଞାନ କଲେଜ ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳନ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ଡିସେମ୍ବର ୦୧ ତାରିଖକୁ ବିଶ୍ୱ ଏଡସ୍ ଦିବସ ରୂପେ ପାଳନ କରାଯାଇ ଏଡସ୍ ଯେପରି ସଂକ୍ରମିତ ହେବନାହିଁ ସେହି ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥାଏ । ଗଞ୍ଜାମ ଜିଲ୍ଲାରେ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଏଡସ୍ ସଂକ୍ରମଣ ସଂଖ୍ୟା ଅଧିକ ଥିବା ବେଳେ ଜଣ ସଚେତନତା ଜରୁରୀ ଅଟେ । ଏହି ମହତ ଉଦ୍ଦେଶ୍ୟ ନେଇ ପୋଲସରା ବିଜ୍ଞାନ ମହାବିଦ୍ୟାଳୟଏ ଯୁବ ରେଡକ୍ରସ ଓ ରେଡ଼ ରିବନ କ୍ଲବ ପକ୍ଷରୁ ପ୍ରୋଗ୍ରାମ ଅଫିସର ଦର୍ଶନ ଶାସ୍ତ୍ର ଅଧ୍ୟାପକ ସେକ ଫରିଦ୍ ଙ୍କ ତତ୍ତ୍ୱାବଧାନରେ ଏକ ସଚେତନତା ରାଲେ ଅନୁଷ୍ଠିତ ହୋଇ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଦିବାକର ମିଶ୍ର ରେଡକ୍ରସ ପତାକା ଦେଖାଇ ରାଲେକୁ ଶୁଭାରମ୍ଭ କରିଥିଲେ । ବ୍ଳକ ଛକଠାରୁ ରାଲେ ବାହାରି ହାଇସ୍କୁଲ ଛକ, ବସଷ୍ଟାଣ୍ଡ ଦେଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏଡସ ସଚେତନତା ବାର୍ତ୍ତା ଦେଇ ଶୋଭାଯାତ୍ରାରେ ବାହାରି ଥିଲେ । ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ଦିଲ୍ଲୀପ କୁମାର ନାୟକ ରାଳେକୁ ସ୍ବାଗତ ଜଣାଇଥିଲେ । ଏହି ଶୋଭାଯାତ୍ରାରେ ରେଡକ୍ରସ,ଏନସିସି,ଏନଏସଏସ ପକ୍ଷରୁ ୧୬୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଯୁବ ରେଡକ୍ରସ ଓ ରେଡ ରିବନ୍ କ୍ଲବର ପ୍ରୋଗ୍ରାମ ଅଫିସର ତଥା ଦର୍ଶନ ଶାସ୍ତ୍ର ଅଧ୍ୟାପକ ଶ୍ରୀ ଫରିଦ ଙ୍କ ସମେତଏନସିସି ଅଫିସର ବିନତା କୁମାରୀ ଦାସ,ଏନଏସଏସ ଅଫିସର ଜୋସ୍ନାରାଣୀ ପଟ୍ଟନାୟକ, ଅନୀଲ କୁମାର ଦାସ,ବିରଞ୍ଚିନାରାୟଣ ରଥ,ପ୍ରକାଶ ଚନ୍ଦ୍ର ସାହୁ ପ୍ରଭୂତି ଯୋଗଦେଇଥିବା ବେଳ ଅନ୍ୟ ମାନଙ୍କ ମଧ୍ୟରେ ଶାନ୍ତନା କୁମାର ପ୍ରଧାନ,ବିଶ୍ୱନାଥ ଚୌଧୁରୀ, ସୁନୀତା ପାଣିଗ୍ରାହୀ, ବସନ୍ତ କୁମାର ପାଢୀ, ସୁଜାତା ରାଣୀ ବେହେରା, ଦୀପକ ରଞ୍ଜନ ଜେନା, ମନାସା ବେହେରା ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ତର୍କ,ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।