ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଗତ ଅକ୍ଟୋବର ୧୩ ତାରିଖ ଦିନ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୧୬ ତାରିଖ ଦିନ ଦ୍ଵିତୀୟ ପର୍ଯ୍ୟାୟରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଚ୍ଚା ଡିଆଁ, ଲମ୍ବା ଡିଆଁ, ଶଟ ପୁଟ, ଡିସକସ ଥ୍ରୋ, ଓ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କଲେଜର ପ୍ରିନ୍ସପାଲ ବନମାଳୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ରିଡର ରୁଦ୍ର ପ୍ରସାଦ ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରିଡର ପ୍ରମୋଦ କୁମାର ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସାଂସ୍କୃତିକ ଓ କ୍ରୀଡା ପରିଷଦ ଉପଦେଷ୍ଟା ଅନିଲ କୁମାର ଦାସ ସଂଯୋଜନା କରିଥିଲେ। କ୍ରୀଡା ଅଧ୍ୟାପକ ଦୀପକ କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ କ୍ରୀଡା ପରିଚାଳିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ସେକ୍ ଫରିଦ୍, ଲେଫନାଣ୍ଟ ବିନତା କୁମାରୀ ଦାସ , ଶ୍ରୀକାନ୍ତ ସାହୁ, ଡକ୍ଟର ବିରଞ୍ଚି ନାରାୟଣ ଦାସ, ବିଶ୍ୱନାଥ ଚୌଧୁରୀ , ଶାନ୍ତନୁ ପ୍ରଧାନ, ବିଭୂତି ଭୂଷଣ ସାହୁ,ଓ ଟୁଟୁ ଡାକୁଆ, ଏବଂ ଗୋପୀନାଥ ପାଣିଗ୍ରାହୀଙ୍କ ସମେତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ୧୩ ତାରିଖରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ୧୬ ତାରିଖରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସିଲଡ଼ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ