ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମା ସୁରକ୍ଷା ତାଲିମ ଶିବିର

ପୋଲସରା, (ଅନିଲ କୁମାର ମହାରଣା):ବର୍ତ୍ତମାନର ସମାଜରେ ମହିଳାମାନେ ଅସୁରକ୍ଷିତ। ଏଣୁ ପ୍ରତ୍ୟେକ ମହିଳା ବା ଛାତ୍ରୀ ନିଜେ ନିଜର ସୁରକ୍ଷା ପ୍ରତି ସଜାଗ ରହିବାର ଆବଶ୍ୟକତା ରହିଛି । ସେଥିପାଇଁ ପ୍ରତ୍ୟେକ କଲେଜରେ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଉଛି। ଏହାଦ୍ୱାରା ଛାତ୍ରୀମାନଙ୍କ ମନରୁ ଭୟ ଦୂର ହେବାସହ ଯେକୌଣସି ପ୍ରକାର ଅପ୍ରତିକର ପରିସ୍ଥିତିର ମୁକାବିଲା ନିମନ୍ତେ ଶାରୀରିକ ଓ ମାନସିକ ସ୍ତରରେ ସାହାସ ଆସିପାରିବ। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଆତ୍ମା ସୁରକ୍ଷା ତାଲିମ ଶିବିରର ସଂଯୋଜିକା ତଥା ଇତିହାସ ବିଭାଗ ଅଧ୍ୟାପିକା ବିନତା କୁମାରୀ ଦାସଙ୍କ ତତ୍ବାବଧାନରେ ସମସ୍ତ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିରରେ ଅଂଶଗ୍ରହଣ କରିଛନ୍ତି । ମାଷ୍ଟର ଟ୍ରେନର ଶୁଭଶ୍ରୀ ସାହୁ ଓ ଜ୍ୟୋତିର୍ମୟୀ ଜେନା ସମେତ ଆଲୁମିନି ଟ୍ରେନର ଶିବାଲୀ ପାଢ଼ୀ ପ୍ରତ୍ୟେକ ଦିନ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ଜ୍ଞାନ କୌଶଳ ବିଷୟରେ ତାଲିମ ପ୍ରଦାନ କରୁଛନ୍ତି। ଏହି ତାଲିମ ଦ୍ୱାରା ଛାତ୍ରୀମାନେ ଆବଶ୍ୟକ ସ୍ଥଳେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମ୍ଭବ ହେବ ବୋଲି ଅଭିଭାବକମାନେ ଆଶା ବାନ୍ଧିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ