ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ବନ ମହୋତ୍ସବ
ପୋଲସରା,(ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜୁଲାଇ ୯ ତାରିଖ ଦିନ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ପୁରୁଷ, ମହିଳା ଓ ଉଭୟ ତିନି ଗୋଟି ୟୁନିଟ ପକ୍ଷରୁ ଆୟୋଜିତ ବନ ମହୋତ୍ସବକୁ କଲେଜର ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ଉଦଘାଟନ କରିଥିଲେ। ଏନଏସଏସ ର ତିନିଗୋଟି ୟୁନିଟର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ୍ ଫରିଦ୍, ପ୍ରକାଶ ଚନ୍ଦ୍ର ସାହୁ ଓ ବସନ୍ତ କୁମାର ପାଣି ଙ୍କ ନେତୃତ୍ବରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଡକ୍ଟର ମନୋଜ କୁମାର ସାହୁ, ଡକ୍ଟର ମୀନାକ୍ଷୀ ପାଣିଗ୍ରାହୀ, ଅନିଲ କୁମାର ଦାଶ, ରାକେଶ କୁମାର ପ୍ରଧାନ, ଡକ୍ଟର ବିରଞ୍ଚି ନାରାୟଣ ରଥ, ଲିପିନାଥ ସିଂ, ମାଧବ ଚନ୍ଦ୍ର ଜେନା, ସୁଜାତା ବେହେରା ଓ ମମତା ରାଣୀ ପ୍ରଧାନ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।