ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଏନ.ଏସ.ଏସ. ର ଦିନିକିଆ କର୍ମଶାଳା
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଡିସେମ୍ବର ୨୫ ତାରିଖ ଦିନ ରାଷ୍ଟ୍ରୀୟ ସେବା ଯୋଜନା(ଏନଏସଏସ) ର ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ଃ ଦିବାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ନରେନ୍ଦ୍ରପୁର କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରଧ୍ୟାପକ ଡ଼ଃ ସତୀଶ ପ୍ରସାଦ ନାୟକ ରିସୋର୍ସ ପର୍ଶନ ଭାବେ ଯୋଗଦେଇ ଏନଏସଏସ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ୧୦ ଗୋଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏନଏସଏସ ର ଏହି ଦିନିକିଆ କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁର୍ଗା ପ୍ରସାଦ ମିଶ୍ର , ପଦାର୍ଥ ବିଜ୍ଞାନର ଅଧ୍ୟାପକ ଡ଼ି.ବାଲରାଜୁ ପାତ୍ର ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶିବିରାର୍ଥୀ ଛାତ୍ରଛାତ୍ରୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସେବା ଯୋଜନା ସଂଯୋଜିକା ତଥା ଓଡ଼ିଆ ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।