ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ବନମାଳୀ ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କଟିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ , ତର୍କ , ଏକକ ଅଭିନୟ , ନୃତ୍ୟ, କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ପ୍ରାଧ୍ୟ୍ୟପକ, ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ପ୍ରମୋଦ କୁମାର ରଥ, ଅନୀଲ କୁମାର ଦାସ , ଦୀପକ କୁମାର ସ୍ୱାଇଁ , ବିନତା କୁମାରୀ ଦାସ , ରୁଦ୍ର ପ୍ରସାଦ ଗୌଡ଼ , ବିରଞ୍ଚି ନାରାୟଣ ଦାସ , ସୁନିତା କୁମାରୀ ପାଣିଗ୍ରାହୀ , ବିଶ୍ୱନାଥ ଚୌଧୁରୀ , ଗୋପୀନାଥ ପାଣିଗ୍ରାହୀ , ବିଭୂତି ଭୂଷଣ ସାହୁ ଓ କିଶୋର ଚନ୍ଦ୍ର ଜେନା ପ୍ରମୁଖ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କ ମୂଲ୍ୟାୟନ କରିଥିଲେ। ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସୋମବାର ଦିନ ପୁରସ୍କୃତ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ