ପୋଲସରା ବିଧାୟକଙ୍କ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା,(ଅନିଲ କୁମାର ମହାରଣା) : ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରକମଳରେ ବୁଗୁଡା ବ୍ଲକ ଓ ଏନଏସିରେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନଜାନୁଆରୀ ୮ ତାରିଖ ଦିନ ହୋଇଯାଇଛି। ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ପଞ୍ଚାୟତର ଏକଡାଳ ଗ୍ରାମଠାରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସଡ଼କ ଯୋଜନା ଆନୁକୁଲ୍ୟରେ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ପାଇଁ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସେତୁ ଅନ୍ତରପଡା ଠାରୁ ଅରଖପୁର ରାସ୍ତାର ଖଦାଳପଲ୍ଲୀ ଓ ପୋକସୁଙ୍ଗା ମଧ୍ୟରର ନିର୍ମାଣ ହେବ। ସେହିପରି ବୁଗୁଡ଼ା ବୁଗୁଡ଼ା ଏନ୍.ଏ.ସି. ର ଦୁଇ ଗୋଟି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପଙ୍କଳସାହି ଗ୍ରାମ ଠାରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୁଲ୍ୟରେ ବି.କରଡାବାଡ଼ି ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଶଙ୍କୁରୁ ଭୟା ପଙ୍କଳସାହି କେନାଲ ରାସ୍ତାର ଉନ୍ନତିକରଣ ଓ ଜେଏକ ଠାରୁ ଜାମପଲ୍ଲୀ ରାସ୍ତାର ବାଘୁଆ ନାଳରେ ବିଜୁ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ବିଧାୟକଙ୍କ ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ସ୍ୱାଇଁ, ସହକାରୀ ଯନ୍ତ୍ରୀ ଲୋକନାଥ ନାୟକ, ସମାଜସେବୀ ଧରଣୀଧର ପଣ୍ଡା ଓ ମଦନ ଗୋପାଳ ଦୋରା, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗପାଣି ଜେନା, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ସୁଧାଂଶୁ ଶେଖର ପାଢ଼ୀ, କେ.ତ୍ରିଲୋଚନ ଦୋରା, ବସନ୍ତ କୁମାର ଦଳେଇ, ସୂର୍ଯ୍ୟ ନାରାୟଣ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ