ପୋଲସରା ବିଧାୟକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

ବୁଗୁଡା, (ଅନିଲ କୁମାର ମହାରଣା):ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଦେଖାଦେଇଛି। ବୁଧବାର ଦିନ ବିଧାୟକ ଓ ତାଙ୍କ ଧର୍ମପତ୍ନୀଙ୍କ କରୋନା ପଜିଟିଭ ଚିହ୍ନଟ ପରେ ଉଭୟେ ଭୁବନେଶ୍ୱର ବିଧାୟକ କ୍ୱାଟରରେ ରହି ଚିକିତ୍ସା ହେଉଛନ୍ତି। ଗତ ତିନି ଦିନ ଧରି ବିଧାୟକଙ୍କ ଜ୍ୱର ନଥିବା ବେଳେ ସାମାନ୍ୟ ଥଣ୍ଡା ରହିଅଛି।ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆହୁରି ଚାରି ପାଞ୍ଚ ଦିନ ପାଇଁ ଚିକିତ୍ସାଧୀନ ରହିବାକୁ ଥିବା ବେଳେ ବିଧାୟନଙ୍କ ଧର୍ମପତ୍ନୀଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅବସ୍ଥାକୁ ଆସିଥିବା ଜଣାପଡିଛି। ତୁରନ୍ତ ଉଭୟେ ଆରୋଗ୍ୟ ଲାଭ କରିବାକୁ କାମନା କରି ନିର୍ବାଚନ ମଣ୍ଡଳୀର ଜନସାଧାରଣ ବିଭିନ୍ନ ଦେବ ଦେବୀ ପୀଠରେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା ଓ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ