ପୋଲସରା ବ୍ଲକରେ କୋଭିଡ ଟୀକା କରଣ ପାଇଁ ବୈଠକ

ପୋଲସରା,(ଅନିଲ କୁମାର ମହାରଣା) : କୋଭିଡ ଟୀକା କରଣ ପରିଚାଳନା ଭଳି ସ୍ୱତନ୍ତ୍ର କାର୍ଯ୍ୟ ପାଇଁ ଗଠିତ ଏକତ୍ରୀକୃତ ସମ୍ବଳ ଓ ଗୋଷ୍ଠୀର ପୋଲସରା ବ୍ଲକ ସ୍ତରୀୟ ବୈଠକ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ଗୋପବନ୍ଧୁ ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିଲୋଚନ ତ୍ରିପାଠୀ, ସିଡିପିଓ କୁନ୍ତଳା କୁମାରୀ ନାୟକ, ପ୍ରାଣୀଧନ ଚିକିତ୍ସକ, ପାଞ୍ଚାୟତ ଲୋକ ପ୍ରତିନିଧି, ସ୍ବେଚ୍ଛାସେବୀ ସଂଗଠନର ଜଣେ ପ୍ରତିନିଧି, ଓ ଅନ୍ୟାନ କର୍ମଚାରୀ ବୃନ୍ଦ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସରକାରଙ୍କ ନିର୍ଦ୍ଦେଶ ନିୟମ ପ୍ରକାରେ କୋଭିଡ ଟୀକା କରଣ କିପରି ସୁଚାରୁଭାବେ ପରିଚାଳିତ ହେବ ସେନେଇ ଆଲୋଚନା ହୋଇଥିଲା। ଟାସ୍କଫୋର୍ସର ସମସ୍ତ ସଦସ୍ୟ ଏହାକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମନେକରି ଦାୟିତ୍ୱବାନ ହେବାକୁ ବିଡ଼ିଓ ଶ୍ରୀ ନନ୍ଦୀ ଅନୁରୋଧ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ