ପୋଲସରା ବ୍ଲକରେ ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ

ପୋଲସରା, (ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ନୂତନ ବିଡ଼ିଓ ଭାବେ କୁରେଶ ଚନ୍ଦ୍ର ଜାନୀ ଅକ୍ଟୋବର ୨୬ ତାରିଖ ଦିନ ଦାୟୀତ୍ଵ ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ଭାରପ୍ରାପ୍ତ ବିଡିଓ ଧର୍ମରାଜ ପରିଡ଼ାଙ୍କ ଠାରୁ ଶ୍ରୀ ଜାନୀ ଦାୟିତ୍ବ ଗ୍ରହଣ କରିଥିଲେ । ପୋଲସରା ବ୍ଲକର ଦାୟିତ୍ବ ଗ୍ରହଣ କରିବା ପରେ ସେ ପୋଲସରା ଅଞ୍ଚଳର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ନିଜ ପ୍ରତିକ୍ରୀୟାରେ କହିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ ନୂତନ ବିଡିଓଙ୍କୁ ବ୍ଲକର କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ, ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଓଡ଼ିଶା ଜୀବିକା ମିଶନ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ତଥା ଲୋକ ପ୍ରତିନିଧିଙ୍କ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ପୋଲସରା ମିଡ଼ିଆ ହାଉସ୍ ତରଫରୁ ସାମ୍ବାଦିକ ଡି. ଜ୍ୟୋତିରଂଜନ ଆଚାରୀ, ମନୋଜ କୁମାର ଘଡେ଼ଇ, ଶିବପ୍ରସାଦ ସାହୁ, ସରପଞ୍ଚ ପବିତ୍ର ରାଉତ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ଵାଗତ କରିଛନ୍ତି । ବିଡିଓ କୁରେଶ ଚନ୍ଦ୍ର ଜାନୀ ପୂର୍ବରୁ ଗଜପତି ଜିଲ୍ଲା ନୂଆଗଡ ତହସିଲଦାର ଭାବେ ଅବସ୍ଥାପିତ ଥିଲେ । ଦୀର୍ଘ ଦିନରୁ ପୋଲସରା ବ୍ଲକର ବିଡିଓ ପଦବୀ ଖାଲି ପଡିଥିବା ବେଳେ ଅତିରିକ୍ତ ବିଡିଓ ଧର୍ମରାଜ୍ ପରିଡା ବିଡିଓ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ