ପୋଲସରା ବ୍ଲକରେ ପୋଷଣ ମାସ ପାଳନ

ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ପଞ୍ଚାୟତ ସମିତି ବୈଠକ ଗୃହରେ ଜାତୀୟ ପୋଷଣ ମାସ ପାଳନ ଅବସରରେ ଏକ ଖାଦ୍ୟ ପଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସମ୍ୱନିତ୍ଵ ଶିଶୁ ବିକାଶ ବିଭାଗ ଦ୍ଵାରା ବ୍ଲକ ସମ୍ମିଳନୀ କକ୍ଷରେ ପୁଷ୍ଟିକର ଖାଦ୍ୟ ମେଳା ଆୟୋଜିତ ହୋଇଥିଲା । ସିଡ଼ିପିଓ ତିଳୋତ୍ତମା ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଡିଓ କୁରେଶ ଚନ୍ଦ୍ର ଜାନୀ, ସମ୍ମାନୀତ ଅତିଥି ଭାବେ ଏ.ବି.ଇ.ଓ. ସୁବାସିନୀ ତ୍ରିପାଠୀ, ଅଞ୍ଚଳ ପରିଦର୍ଶିକା ସଂଘମିତ୍ରା ମିଶ୍ର, ସୁରଭି କୁସୁମ ଦାସ, ମୁକ୍ତା ଦେବୀ, ସବିତା ଶବର ଓ ପୋଷଣ ଅଧିକାରୀ ଅବିନାଶ ଚୌଧୁରୀ ଯୋଗଦେଇ ପୁଷ୍ଟିକର ଖାଦ୍ୟ ଉପରେ ଆଲୋକପାତ କରିଥିଲେ । ଭାରତର ଜନସାଧାରଣ, ବିଶେଷକରି ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ହାର ହ୍ରାସ କରିବା ଓ ପୋଷଣ ପ୍ରତି ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଖାଦ୍ୟ ଓ ପୋଷଣ ବୋର୍ଡ ଦ୍ବାରା ଜାତୀୟ ପୋଷଣ ମାସରେ ସଚେତନତା କରାଯାଉଛି । ପୁଷ୍ଟିକର ଖାଦ୍ୟ ମଣିଷର ସ୍ବାସ୍ଥ୍ୟ ଓ ଶାରିରୀକ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ । ପୁଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ବିଭିନ୍ନ ରୋଗରୁ ରକ୍ଷା ମିଲିଥାଏ । ଏକ ସନ୍ତୁଳିତ ଖାଦ୍ୟ ସହିତ ଉପଯୁକ୍ତ ପୋଷଣ ଏକ ସୁସ୍ଥ ହୃଦୟ, ମସ୍ତିଷ୍କ ଓ ପୁରା ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ । ଶରୀରରେ ପୋଷଣର ବୃଦ୍ଧି କରିବା ଓ ପ୍ରୁଷ୍ଟିକର ଖାଦ୍ୟର ମହତ୍ତ୍ୱ ବୁଝିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଖାଦ୍ୟରେ ନ୍ୟୁଟ୍ରିନ ତଥା ଶ୍ୱେତସାର, ପୃଷ୍ଟିସାର ଓ ଜୀବସାର ଜାତୀୟ ଖାଦ୍ୟର ଆବଶ୍ୟକତା ରହିଛି । ଶିଶୁଙ୍କ ମସ୍ତିଷ୍କର ବିକାଶ ଜନ୍ମରୁ ତିନି ବର୍ଷ ମଧ୍ୟରେ ହୋଇଥାଏ । ତେଣୁ ସେହି ସମୟରେ ଆମେ ଶିଶୁଙ୍କ ସଠିକ୍ ଖାଦ୍ୟ ପେୟକୁ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ପୃଷ୍ଟିକର ଖାଦ୍ୟର ଚାହିଦା, ଉତ୍ପାଦନ ଓ ଏହାର ବ୍ୟବହାରକୁ ନେଇ ଜନସାଧରଣଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯାଉଛି । ଏହି ଅବସରରେ ଖାଦ୍ୟ ମେଳାକୁ ବିଡ଼ିଓ ଶ୍ରୀ ଜାନୀ ଉଦଘାଟନ କରିଥିଲେ। ସିଡିପିଓ ଓ ଅଞ୍ଚଳ ପରିଦର୍ଶିକାଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ ସଂଗଠନର ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ମିଶ୍ର, ଉପ ସଭାନେତ୍ରୀ ସସ୍ମିତା ପଟ୍ଟନାୟକ, ସମ୍ପାଦିକା ରାଜଲକ୍ଷ୍ମୀ ମହାପାତ୍ର, ସହସମ୍ପାଦିକା ମିନତୀରାଣୀ ତ୍ରିପାଠୀ, କାନନବାଳା ତ୍ରିପାଠୀ, ପ୍ରତିମା ପରିଡ଼ା, ସଞ୍ଜୁଲତା ପ୍ରଧାନ, ସୁମିତ୍ରା ଦେବୀଙ୍କ ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ । ଏହା ଅବସରରେ ତିନି ଜଣ କନ୍ୟାରତ୍ନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଖୀ ସହେଲୀ ଭାବେ କିଶୋରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ