ପୋଲସରା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ବ୍ଳକ ସରପଞ୍ଚ ସଙ୍ଘ ପକ୍ଷରୁ ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସରପଞ୍ଚମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ସାଧାରଣ ଖାଦ୍ୟ ସୁରକ୍ଷା ନିୟମ କିପରି ସୁପରିଚାଳନା ହେବ ଓ ଜନସାଧାରଣ ତାର ସୁଫଳ ପାଇବେ , ଗ୍ରାମ୍ୟ ରାସ୍ତା ଆଲୋକୀକରଣ , ପଞ୍ଚାୟତରେ ଅବସ୍ଥାପିତ ସରକାରୀ କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟକଳାପ, ସରପଞ୍ଚଙ୍କ ଅଗୋଚରରେ ମିଶନ ଶକ୍ତି ବିଭାଗ ଦ୍ୱାରା ହେଉଥିବା ମନମୁଖୀ କାର୍ଯ୍ୟ ଓ ସାଧାରଣ ଉପଭୋକ୍ତା ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଅଭିଯୋଗ କରି ଦାବିପତ୍ର ପ୍ରଦାନ କରି ପଞ୍ଚାୟତର ଉନ୍ନତିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘ ସଂଯୋଜକ ଭଗବାନ ସାହୁ, ପୋଲସରା ବ୍ଲକ ସରପଞ୍ଚ ସଂଘ ସଭାନେତ୍ରୀ ରଶ୍ମିତା ସାହୁ, ସମ୍ପାଦକ ଉତ୍କଳ କୁମାର ପ୍ରଧାନ, କୋଷାଧ୍ୟକ୍ଷ ମନୋଜ କୁମାର ପ୍ରଧାନ, ସରପଞ୍ଚ ରଘୁନାଥ ଭୂୟାଁ, ବସନ୍ତ କୁମାର କରଣ, ମନୋଜ କୁମାର ପରିଡ଼ା, ପ୍ରତିନିଧି ତାପସ କୁମାର ସାହୁ, କାର୍ତ୍ତିକ ଜେନା, ବୃନ୍ଦାବନ ବେହେରାଙ୍କ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ