ପୋଲସରା ବ୍ଳକ ଟପ୍ପର ସୌମ୍ୟରଞ୍ଜନ ସମ୍ବର୍ଦ୍ଧିତ

ପୋଲସରା, (ଅନିଲ କୁମାର ମହାରଣା):ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାରେ ପୋଲସରା ବ୍ଳକ , ନିମିନା ଗ୍ରାମର ବାସିନ୍ଦା ନରେନ୍ଦ୍ର କୁମାର ସାହୁଙ୍କ ସୁପୁତ୍ର, ସୌମ୍ୟରଞ୍ଜନ ସାହୁ ମୋଟ ୫୬୦ ମାର୍କ ରଖି ପୋଲସରା ବ୍ଳକରେ ପ୍ରଥମ ସ୍ଥାନ ରଖି ପାସ କରିଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷରେ ନିମିନା ଗ୍ରାମପଞ୍ଚାୟତର ସାନ ବରଗାଁ ସ୍ଥିତ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟର ଶିକ୍ଷା ଗ୍ରହଣ କରି ସୌମ୍ୟରଞ୍ଜନ ବ୍ଲକ ଟପ୍ପର ହୋଇ ସ୍କୁଲ ପାଇଁ ଓ ପୋଲସରା ବ୍ଳକ ପାଇଁ ସୁନାମ ଓ ଗୌରବ ଅର୍ଜନ କରିଥିବା ଯୋଗୁଁ ଏପ୍ରିଲ ୨୦ ତାରିଖ ଦିନ ପୋଲସରା ବ୍ଳକର ସନ୍ତୋଷ କୁମାର ସ୍ବାଇଁ, ନାରାୟଣ ସାହୁ, ସିମାଞ୍ଚଳ ଡାକୁଆ, ଶଙ୍କରର୍ଷଣ ପ୍ରଧାନ, ନିଗମାନନ୍ଦ ସାହୁ, ରାକେଶ କୁମାର ସାହୁ, ଦୀପକ କୁମାର ସେଠୀ, ପ୍ରମୁଖ ଯୁବ ସ୍ଵେଚ୍ଛାସେବୀ ବୃନ୍ଦ ସୌମ୍ୟରଞ୍ଜନଙ୍କ ବାସଗୃହକୁ ଯାଇ ତାଙ୍କର ପିତା, ମାତା ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ସ୍ବାମୀ ବିବେକାନନ୍ଦଙ୍କ ଫୋଟ ଚିତ୍ର ପ୍ରଦାନ କରିଥିଲେ। ସ୍ଵେଚ୍ଛାସେବୀମାନଙ୍କ ଦ୍ୱାରା ଉତ୍ସାହ ଓ ପ୍ରେରଣା ପ୍ରଦାନ ପାଇଁ ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ