ପୋଲସରା ରେ ସ୍ୱାଧୀନତା ଦିବସ ପାଳିତ

ପୋଲସରା( ଯୁଗାବ୍ଦ ନ୍ୟୁଜ)ଦେଶ ସ୍ୱାଧୀନତା ର ୭୩ ତମ ସ୍ଵାଧୀନତା ଦିବସ ଅବସରରେ ପୋଲସରା ଏନ୍.ଏ.ସି ଏବଂ ବ୍ଲକ ସମେତ ସମସ୍ତ ପଞ୍ଚାୟତ କାର‌୍ୟ୍ୟାଳୟ ଗୁଡ଼ିକରେ ବହୁ ଆଡ଼ମ୍ବର ସହ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ପୋଲସରା ଗୋପବନ୍ଧୁ ହାଇସ୍କୁଲ ଏବଂ ମହିଳା ମହା ବିଦ୍ୟାଳୟ ଓ ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ଠାରେ ମାନ୍ୟବର ବିଧାୟକ ପୋଲସରା ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ସମସ୍ତ ଛାତ୍ରଛାତ୍ରୀ ଙ୍କୁ ମହାପୁରୁଷଙ୍କ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଓ ଉତ୍ତମ କାର‌୍ୟ୍ୟ ଧାରାର ବିଷେଶ୍ବେତା କୁ ନେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ବିଧାୟକ । ସେହିପରି ପୋଲସରା ନାଗରିକ ମଞ୍ଚ ପକ୍ଷରୁ ମଞ୍ଚର ସଭାପତି ତଥା ବରିଷ୍ଠ ଆଇନଜୀବୀ ପୁର୍ଣ୍ଣଚନ୍ଦ୍ର ମିଶ୍ର ଓ ସଂପାଦକ ମାନସ ରଂଞୀନ ତ୍ରିପାଠୀ ସମେତ ଅନ୍ୟ ଉପସ୍ଥିତ ସଦସ୍ୟଙ୍କ ଉପସ୍ଥିତ ରେ ବଜାର ସାହି ମୁଖ୍ୟ ସଡ଼କ ଛକ ଉପରେ ତ୍ରୀରଙ୍ଗା ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ପୋଲସରା ବ୍ଲକ କାର‌୍ୟ୍ୟାଳୟରେ ବିଡ଼ିଓ ଶମ୍ଭୁନାଥ ନନ୍ଦୀ ଓ ସମସ୍ତ ବ୍ଲକ କର୍ମଚାରୀ ଙ୍କ ଉପସ୍ଥିତରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଦେଶର ଅଖଣ୍ଡତା ବଜାଇ ରଖି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ପୋଲସରା ଆଇ.ସି.ଡି.ଏସ୍ କାର‌୍ୟ୍ୟାଳୟରେ ସିଡିପିଓ କୁନ୍ତଳା କୁମାରୀ ନାୟକ ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କ ଉପସ୍ଥିତ ରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଢୁଙ୍କାପଡା ପଞ୍ଚାୟତ କାର‌୍ୟ୍ୟାଳୟରେ ସରପଞ୍ଚ କୁନି ଜେନା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପଙ୍କଳବାଡି ପଞ୍ଚାୟତରେ ସରପଞ୍ଚ ରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁଇଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକା ଓ ମହାପୁରୁଷଙ୍କ ବଳିଦାନ ଉତ୍ସର୍ଗ କୁ ନେଇ ପତାକା ଉତ୍ତୋଳନ କରିଥିଲେ । ଏପରିକି ପୋଲସରା ଅଞ୍ଚଳରେ ବହୁ ସଂଗଠନ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ସ୍ବାଧୀନତା ଦିବସ କୁ ନେଇ ପରମ୍ପରା ମାଧ୍ୟମରେ ଏକ ନିଆରା ଢଙ୍ଗରେ ଜାତୀୟ ପତାକା କୁ ନେଇ ସହର ପରିକ୍ରମା କରିଥିଲେ । ଏହି ଅବସରରେ ସମସ୍ତ ସରକାରୀ କାର‌୍ୟ୍ୟାଳୟ, ବେସରକାରୀ ଅନୁଷ୍ଠାନ ସହ ବହୁ ସରକାରୀ ବିଦ୍ୟାଳୟ ଓ ଘରୋଇ ଶିଶୁ ବିଦ୍ୟା ମନ୍ଦିରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟାପକ ଏବଂ ମାନ୍ୟ ଗନ୍ୟ ବ୍ୟକ୍ତି ବିଶେଷଙ୍କ ଦ୍ବାରା ୭୩ ତମ ସ୍ବାଧୀନତା ଦିବସ ପାଳନ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ