ପୋଲିଓ ପୀଡ଼ିତଙ୍କୁ କାନ୍ଧରେ ୮ କିମି ବୋହିଲେ ଯବାନ୍
ରାୟପୁର (ଏଜେନ୍ସି): ଛତିଶଗଡ଼ର ମାଓପ୍ରବଣ ଅଞ୍ଚଳ ବିଶେଷକରି ଗୁମୋଦି ଗାଁକୁ ସିଆରପିଏଫ୍ ଯବାନଙ୍କ ଏକ ବାଟାଲିଅନ୍ ପାଟ୍ରୋଲିଂ ପାଇଁ ଯାଇଥିବା ବେଳେ ଯେଉଁ ମାନବିକତାର ପରିଚୟ ଦେଖାଇଛନ୍ତି, ତା’କୁ ନେଇ ଏବେ ଦେଶବ୍ୟାପୀ କେବଳ ଚର୍ଚ୍ଚା ଆରମ୍ଭ ହୋଇଛି ତାହା ନୁହେଁ ବରଂ ଯବାନଙ୍କ ଏଭଳି କାର୍ଯ୍ୟକୁ ସବୁଆଡୁ ପ୍ରଶଂସା ମଧ୍ୟ କରାଯାଇଛି । ଗାଁର ଜଣେ ୧୩ ବର୍ଷର ନାବାଳକ ପୋଲିଓରେ ପୀଡ଼ିତ ଥିବାବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଗୁମୋଦି ଗାଁ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପାଖରେ କୌଣସି ହସ୍ପିଟାଲ ସୁବିଧା ମଧ୍ୟ ନାହିଁ । ଏମିତି ପରିସ୍ଥିତିରେ ବଞ୍ଚୁଥିବା ଗ୍ରାମବାସୀଙ୍କୁ ଚିକିତ୍ସା ପାଇଁ ସୁକମାର କୋଣ୍ଡାସାଭଲି ଯିବାକୁ ପଡ଼ିଥାଏ । ତେବେ ସିଆରପିଏଫ୍ ଯବାନ ନାବାଳକକୁ ନିଜ କାନ୍ଧରେ ବୋହି ୮କିମି ପର୍ଯ୍ୟନ୍ତ ଚାଲିଚାଲି କୋଣ୍ଡାସାଭଲି ହସ୍ପିଟାଲକୁ ନେଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଗ୍ରାମବାସୀ ଉକ୍ତ ଯବାନଙ୍କ ଆଭାର ବ୍ୟକ୍ତ କରିଛନ୍ତି ।