ପୋଲିସକୁ ଆକ୍ରମଣ କରି ଯୁବକ ଗିରଫ
ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ସୋମବାର ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ତଥା ବନ୍ତ ଥାନା ଅଧିନ ବଗଦା କାଶିପୁର ଛକ ନିକଟରେ ଜଣେ ଯୁବକ ପୋଲିସକୁ ଆକ୍ରମଣ କରି ଗିରଫ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ସୋମବାର ବନ୍ତ ପୋଲିସ ପକ୍ଷରୁ ଉକ୍ତ ସ୍ଥାନରେ ହେଲମେଟ ଚେକିଂ ହେଉଥିବା ବେଳେ ୩ ଜଣ ଯୁବକ ଆନନ୍ଦପୁର ଆଡୁ ଭଦ୍ରକ ଅଭିମୁଖେ ଏକ ବାଇକ ଯୋଗେ ଦ୍ରୁତ ଗତିରେ ଯାଉଥିଲେ । ସେମାନଙ୍କୁ ଉପସ୍ଥିତ ପୋଲିସ କର୍ମଚାରୀ ଅଟକାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବାଇକରୁ ଓହ୍ଲାଇ ପୋଲିସକୁ ଆକ୍ରମଣ କରିଥିଲେ । ପରେ ପୋଲିସ ଉକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଯୁବକ ଜଣକ କିଆଗଢିଆ ଗ୍ରାମର ଦୁଃଶାସନ ଦାସ ବୋଲି ଜଣାଯାଇଛି ।