ପୋଲିସକୁ ଆକ୍ରମଣ ନେଇ ମାମଲା, ୨ ଗିରଫ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ଗଣିଜାଙ୍ଗ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଧରିବାକୁ ଯାଇ ପୋଲିସ ଲୋକମାନଙ୍କର ଆକ୍ରୋଶର ଶୀକାର ହୋଇଛି । ଲୋକମାନେ ପୋଲିସକୁ ଆକ୍ରମଣ କରି ସଂପୃକ୍ତ ବ୍ୟକ୍ତିଙ୍କୁ ଛଡାଇ ନେଇଥିବା ନେଇ ଥାନାରେ ମାମଲା ରୁଜ୍ଜୁ ହେବା ସହ ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ଅଗଷ୍ଟ ମାସରେ ଭଦ୍ରକ ଗ୍ରାମାଞ୍ଚଳ ଥାନା କେସ ନଂ-୪୦୭/୧୯ ମାମଲାରେ ଗଣିଜାଙ୍ଗ ଗ୍ରାମର କାର୍ତ୍ତିକ ଚନ୍ଦ୍ର ଯେନା ସଂପୃକ୍ତ ଥିଲେ । ଗତ ୧୫ ତାରିଖ ଦିନ ସନ୍ଧ୍ୟା ସାଢେ ୮ଟା ବେଳେ କାର୍ତ୍ତିକ ଯେନା ଗଣିଜାଙ୍ଗ ବଜାରରେ ବୁଲୁଥିବାର ଖବର ପୋଲିସକୁ ମିଳିଥିଲ । ପୋଲିସ ସଦଳବଳେ ଗଣିଜାଙ୍ଗ ବଜାରରେ ପହଞ୍ଚି କାର୍ତ୍ତିକକୁ ଧରିବାକୁ ଚେଷ୍ଟା କରିବା ବେଳେ ସେଠାରେ ଉପସ୍ଥିତ କିଛି ମହିଳା ଓ ପୁରୁଷ ଏଥିରେ ବାଧା ଦେବା ସହ ଅଭିଯୁକ୍ତଙ୍କୁ ଛଡାଇ ନେଇଥିଲେ । ଏଥିସହ ପୋଲିସକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏନେଇ ଏସ୍‌.ଆଇ. ଛତିଶ କୁମାର ଗୋଛିଙ୍କ ଅଭିଯୋଗ କ୍ରମେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେସ ନଂ-୩୯/୨୦ ମୂଳେ ୧୫ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା । ରବିବାର ପୋଲିସ ଏହି ଘଟଣାରେ ଶରତ ଚନ୍ଦ୍ର ସେଠୀ ଓ ପ୍ରଦୀପ କୁମାର ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ