ପୋଲିସକୁ ମାଡ଼ ମାରିବା ଘଟଣାରେ ମୁଖ୍ୟ ଆସାମୀ ବିଜୟ ଗିରଫ

ମୋହନା, (ଅଂଶୁମାନ ପଣ୍ଡା ) ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ଗାଁ ହରିଜନ ସାହିରେ ଗତ ୧୪ ତାରିଖ ରାତିରେ ମଦ ମାଫିଆମାନେ ପାଟ୍ରୋଲିଂ କରୁଥିବା ପୋଲିସ ଗାଡିକୁ ଅଟଳାଇ ମାଡ଼ ମାରିଥିଲେ । ଏଥିରେ ୭ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ ଏବଂ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ପୋଲିସ ଉପରକୁ ଆକ୍ରମଣ କରିଥିବା ପ୍ରାୟ ୧୩ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଆକ୍ରମଣର ମାଷ୍ଟରମାଇଣ୍ଡ୍ ବା ମୁଖ୍ୟ ଅଭିଯୁକ୍ତ ବିଜୟ ନାୟକକ ଫେରାର୍ ଥିଲା । ପୋଲିସର ଘନଘନ ଚଢ଼ାଉ ବେଳେ ରା.ଉଦୟଗିରି ଥାନା ଅଂଚଳରୁ ମୁଖ୍ୟ ଅଭିଯୁକ୍ତ ବିଜୟକୁ ଧରିବାରେ ଅଡ଼ବା ପୋଲିସ ସଫଳ ହୋଇଛି । ବିଜୟ ନାମରେ ଆଗରୁ ଅନେକ ମାମଲା ରହିଥିବା ବେଳେ ବହୁ ପୋଲିସ କର୍ମଚାରୀ ତଥା ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ରହିଥିବା ଏସ୍‌ଡ଼ିପିଓ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି । ଏଥିରେ ଅନ୍ୟ କେତେକ ଅଭିଯୁକ୍ତ ଫେରାର୍ ଥିବା ବେଳେ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡ଼ିପିଓ କହିଛନ୍ତି । ସୂଚନା ଥାଉକି ବିଜୟ ନାୟକ ନିଜକୁ ମୋହନା ବିଧାୟକଙ୍କ ପିଏ କହି ବିଭିନ୍ନ ଦାଦାବଟି ଆଦାୟ କରିବା ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିଛି । ଅନ୍ୟପଟେ ମୋହନା ବିଧାୟକଙ୍କ ଛତ୍ରଛାୟାରେ ମଦ ବେପାର ଚଳାଇବା ଓ ଦାଦାବଟି ଆଦାୟ   ଏବଂ ବିଧାୟକଙ୍କ ସହିତ ଏପରି ଜଣେ ଅଭିଯୁକ୍ତର ସମ୍ପର୍କକୁ ନେଇ ଅଂଚଳବାସୀ ତୀବ୍ର ନିନ୍ଦା କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ସୂଚନା ଥାଉକି, ଲକ୍‌ଡ଼ାଉନ୍ ଚାଲିଥିବା ବେଳେ କିପରି ବିଧାୟକ ମହାଶୟ ଉକ୍ତ ଅଭିଯୁକ୍ତକୁ ଯାଇ ମିଶିଥିଲେ ଏବଂ ବିଧାୟକ ହିଁ ଅଭିଯୁକ୍ତ ବିଜୟକୁ ଫେରାର୍ କରିବାରେ ସାହାର୍ଯ୍ୟ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେ ଯାହା ହେଉଁ ନା କାହିଁ ଗୋଟିଏ ପଟେ ଲକ୍‌ଡ଼ାଉନ୍ ଚାଲିଥିବା ବେଳେ ଗୋଟିଏ ଅଭିଯୁକ୍ତ ପାଇଁ ଖୋଦ୍ ମୋହନା ବିଧାୟକ ନିଜେ ତାକୁ ମିଶି ଫେରାର୍ କରିବା ପାଇଁ ସାହାର୍ଯ୍ୟ କରିବା ଏହା କୌଣସି ଅପରାଧ ଠାରୁ କମ୍ ନୁହେଁ  ା  ବିଧାୟକ ମଧ୍ୟ ଏହି ଖବର ଜାଣିବା ପରେ ବିଜୟ ଓ ତାର ଭାଇକୁ ଶୀଘ୍ର ଗିରଫ  କରାଯାଉ ବୋଲି ସଫେଇ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ