ପୋଲିସର ଫ୍ଲାଗମାର୍ଚ୍ଚ ଓ ସଭା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଆଗାମୀ ଫେବୃଆରୀ ୧୬ ତାରିଖ ଦିନ ପୋଲସରା ବ୍ଳକରେ ଅନୁଷ୍ଠିତ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ନିର୍ବାଚନକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ଅତି ଉତ୍ତେଜନା ପ୍ରବଣ ଅଞ୍ଚଳ ରୁମାଗଡ଼ ପଞ୍ଚାୟତରେ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହେବା ସହ ପ୍ରତିଦ୍ୱନ୍ଦିତା କରୁଥିବା ଉଭୟ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନଙ୍କୁ ନେଇ ଏକ ସଭାକରି କିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇ ପାରିବ ଆଲୋଚନା କରିଥିଲେ । ପଞ୍ଚାୟତରେ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତି ଓ ଗୋଷ୍ଠୀଙ୍କ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯିବା ବୋଲି ସମସ୍ତ ପ୍ରାର୍ଥୀମାନଙ୍କୁ ସଚେତନ କରାଯାଇଥିଲା । ଚଳିତ ନିର୍ବାଚନରେ ପଞ୍ଚାୟତ ଭିତରେ ବାହାର ଲୋକଙ୍କୁ ପ୍ରବେଶ ନ କରାଇ ପଞ୍ଚାୟତ ଲୋକଙ୍କୁ ନେଇ ପ୍ରଚାର କରିବା, ନିର୍ବାଚନ ପ୍ରଚାର କୁ ନେଇ କେଉଁ ପ୍ରାର୍ଥୀ କେଉଁ ଗ୍ରାମକୁ ଯିବେ ସେ ନେଇ ଥାନା ଅଧିକାରୀଙ୍କୁ ଆଗରୁ ସୂଚନା ଦେବା, ଥାନା ଅଧିକାରୀଙ୍କ ସୂଚନା ପାଇବା ପରେ ପ୍ରାର୍ଥୀ ଗୋଟିଏ ଗ୍ରାମକୁ ନିର୍ବାଚନ ପ୍ରଚାରକୁ ଯିବା ଓ ଡାକବାଜି ଯନ୍ତ୍ର ଦ୍ବାରା ଉଚ୍ଚ ଶବ୍ଦରେ ପ୍ରଚାର ନକରିବା ପାଇଁ ପୋଲିସ୍ ପ୍ରଶାସନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଆଇନ ଅମାନ୍ୟ କଲେ ପୋଲିସ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଧ୍ୟ ହେବ ବୋଲି ଉପ-ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ ସାହୁ ,ଏସ ଆଇ ସମୀର କୁମାର ବେହେରା ସମେତ ପୋଲିସ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ