ପୋଲିସର ରାତି ଅଧିଆ ଗିରଫଦାରୀକୁ ସିପିଆଇ ଓ କଂଗ୍ରେସର ନିନ୍ଦା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ମହିଳା ମହାସଂଘର ନିର୍ବାଚନକୁ କେନ୍ଦ୍ର କରି ଉପୁଜି ଥିବା ସମସ୍ୟାକୁ ସମାଧାନ କରିବା ନିମନ୍ତେ ରାମଚନ୍ଦ୍ରପୁର ପଞ୍ଚାୟତ ମହିଳା ମହାସଂଘର କର୍ମୀ ମାନେ ଗତ ସେପ୍ଟେମ୍ବର ୩୦ରେ ଧାରଣା ଏବଂ ଅକ୍ଟୋବର ୫ରେ ଅନଶନ କରିଥିଲେ । ସମସ୍ୟାର ସମାଧାନ ନିମନ୍ତେ ଜିଲା ପ୍ରଶାସନ ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ଜିଲା ପ୍ରଶାସନ ଧାର୍ଯ୍ୟ ସମୟ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ନ୍ୟାୟ ପ୍ରତିକ୍ଷୀତ ମହିଳା ମହାସଂଘ ବାଧ୍ୟ ହୋଇ ଗତ ୨୮ରେ ପୁନଶ୍ଚ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଏକ ଗଣବିକ୍ଷୋଭର ଆୟୋଜନ କରିଥିଲା । ଶାନ୍ତିପୂର୍ଣ୍ଣ ଗଣବିକ୍ଷୋଭକୁ ବ୍ଲକ ପ୍ରଶାସନ ପୋଲିସ ବଳ ଲଗାଇ ଭଣ୍ଡୁର କରିବାକୁ ଉଦ୍ୟମ କରିବା ସହିତ ନିରୀହ ଜନସାଧାରଣ ଓ ମହିଳା କର୍ମୀ ମାନଙ୍କୁ ଅମାନବିକ ଭାବରେ ପ୍ରହାର କରିଥିଲା । ଏଥିସହ ପୋଲିସ ପ୍ରଶାସନ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀ ମାନଙ୍କୁ ଅନ୍ୟାୟ ଭାବରେ ଗିରଫଦାରୀ ଜାରି ରଖିଛି । ଅନ୍ୟାୟଦାରୀ ଏବଂ ପୋଲିସର ହିଂସାପୂର୍ଣ୍ଣ ଲାଠି ମାଡକୁ ସିପିଆଇ ଓ କଂଗ୍ରେସ ପକ୍ଷରୁ ଦୃଢ ବିରୋଧ କରାଯିବା ସହ ତୀବ୍ର ନିନ୍ଦା କରାଯାଇଛି । ଆଗାମୀ ଦିନରେ ଯଦି ଗିରଫଦାରୀ ଜାରି ରହେ ତେବେ ଉଭୟ ଦଳ ପକ୍ଷରୁ ଏହାର ଦୃଢ ବିରୋଧ କରାଯିବା ସହ ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସିପିଆଇ ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ପ୍ରାକ୍ତନ ଉପାଧ୍ୟକ୍ଷ ଫକୀର ଚରଣ ବିଶ୍ୱାଳ, ଜଳଧର ଜେନା, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ସମିତି ସଭ୍ୟ ପ୍ରଦ୍ୟୁମ୍ନ ଦାସ, ଜୋନ୍ ସଭାପତି ଅନନ୍ତ ଚରଣ ଦାସ, ବିଜୟ ଜେନା, ବସନ୍ତିଆ ପଞ୍ଚାୟତ ସଭାପତି ଅଶୋକ ସାହୁ, ପୂର୍ବତନ ସରପଞ୍ଚ ରବି ନାରାୟଣ ମହାନ୍ତି, ପ୍ରଦୀପ୍ତ ନାୟକ ପ୍ରମୁଖ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ