ପୋଲିସ୍‌ ବେସ୍‌ ଉପରେ ତାଲିବାନ୍‌ ଆକ୍ରମଣ : ୧୧ ପୋଲିସ୍‌ ମୃତ

କାବୁଲ : ଆଫଗାନିସ୍ତାନର ଏକ ପୋଲିସ୍‌ ବେସ୍‌ ଉପରେ ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୧୧ ଜଣ ପୋଲିସ୍‌ କର୍ମଚାରୀ ନିହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିବାବେଳେ ମଙ୍ଗଳବାର ଏହି ଆକ୍ରମଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ସୋମବାର ବିଳମ୍ବିତ ରାତିରେ ଘଟିଥିବା ଆକ୍ରମଣରେ ୧୧ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୦ରୁ ଅଧିକ ପୋଲିସ୍‌ କର୍ମୀ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତାଲିବାନ ପକ୍ଷରୁ ନିଜକୁ ଦାୟୀ କରାଯାଇଛି । ଗତକାଲି ଆକ୍ରମଣ କରି ଆମେରିକୀୟ ଯୁଦ୍ଧବିମାନ ଖସାଇବା ପରେ ତାଲିବାନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ