ପୋଲିସ୍ ପଡିଆ ଠାରେ ପୋଲିସ୍ କୁ ମିଳିଥିବା ମୋଫେଡ୍ ଗାଡିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ଗଞ୍ଜାମ ଏସପି
ପେଟ୍ରୋଲିଂ ପାଇଁ ଗଂଜାମ ମହିଳା ପୋଲିସଙ୍କୁ ମିଳିଲା ଗାଡି
ଛତ୍ରପୁର,(ଦେବଦତ୍ତ ମହାରଣା) : ଯଦି କେହି ମହିଳା ଜଣେ ରାସ୍ତାରେ ଯିବାବେଳେ ଅସୁରକ୍ଷିତ ମନେ କରନ୍ତି ତେବେ ସେହି ଅଂଚଳ ଥାନାର ମହିଳା କର୍ମଚାରୀ ମାନେ ସଂଗେ ସଂଗେ ଘଟଣାସ୍ଥଳରେ ପହଞ୍ଚି ସାହାର୍ଯ୍ୟ କରିବେ । ସେଥି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଳ୍ପଦିନ ତଳେ ନିର୍ଭୟା ସ୍ମିମ ଅନୁସାରେ ପେଟ୍ରୋଲିଂ ପାଇଁ ପୋଲିସକୁ ମୋଫେଡ ଗାଡି ଗୁଡିକ ପ୍ରଦାନ କରାଯାଇଛି । ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ଗଂଜାମ ପୋଲିସ ଜିଲ୍ଲାକୁ ୨୧ଟି ହିରୋ ପ୍ଲେଜର ଗାଡି ପ୍ରଦାନ କରାଯାଇଛି । ଏନେଇ ଆଜି ଜାତୀୟ ଯୁବ ଦିବସ ଅବସରରେ ସ୍ଥାନୀୟ ପୋଲିସ ପଡିଆ ଠାରେ ବ୍ରହ୍ମପୁର ଲକ୍ଷ୍ମୀମୋଟରସ୍ ପକ୍ଷରୁ ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କୁ ସମସ୍ତ ଗାଡିର ଚାବି ହସ୍ତାନ୍ତର କରାଯାଇଛି । ପରେ ଏସପି ଶ୍ରୀ ରାଏ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବା ସହ ନିଜ ଗୋଟିଏ ଗାଡି ଷ୍ଟାର୍ଟ କରି ଟ୍ରାଏଲ ନେଇଥିଲେ । ୨୧ଟି ଥାନା ର ମହିଳା କର୍ମଚାରୀ ମାନେ ଗାଡିକୁ ଧରି ପଡିଆ ଚାରି ପାଶ୍ୱର୍ ଭ୍ରମଣ କରିଥିଲେ । ଏହାଦ୍ୱାରା ମହିଳା କର୍ମଚାରୀ ମାନେ ଅଭିଯୋଗ ଶୁଣିଲା ମାତ୍ରେ ମହିଳା ମାନଙ୍କୁ ସାହାର୍ଯ୍ୟ କରିବାରେ ସହାୟତା ହେବ ବୋଲି ମଧ୍ୟ ଏସପି କହିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ ଓ ଅଶୋକ କୁମାର ମହାନ୍ତି, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଂଜନ ମହାନ୍ତି, ସର୍ଜେଣ୍ଟ ସଂଜୟ କୁମାର ବାରିକ, ଗଂଜାମ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘ ସଭାପତି ଗୈାରାଚାନ୍ଦ ତ୍ରିପାଠୀ , ସଂପାଦକ ବ୍ରଜ ମୋହନ ଜେନା, ହିସାବ ରକ୍ଷକ ଏ.ରାବଣା ରାଓଙ୍କ ସମେତ ବହୁ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।