ପୋଲିସ୍ ପ୍ରତିଷ୍ଠା ଦିବସରେ ହୁମ୍ମା ଫାଣ୍ଡି ଅଧିକାରୀ ଶୁଭ୍ରଜିତ୍ ସାମନ୍ତରାୟ ଜିଲ୍ଲାର ଶ୍ରେଷ୍ଠ ସବ୍ଇନ୍ସପେକ୍ଟର ଭାବେ ସମ୍ମାନୀତି
ଗଞ୍ଜାମ, (ବିନୋଦ ପଲାଇ):ପବିତ୍ର ଉତ୍କଳ ଦିବସ ଅବସରରେ ଆଜି ପାଳିତ ହୋଇଛି 90ତମ ପୋଲିସ୍ ପ୍ରତିଷ୍ଠା ଦିବସ, ଗଂଜାମ ଜିଲ୍ଲା ଛତ୍ରପୁର ଠାରେ ପାଳିତ ହୋଇଯାଇଛି l ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ସବ୍ଇନ୍ସପେକ୍ଟର୍ ଭାବେ ହୁମ୍ମା ଆଉଟ୍ ପୋଷ୍ଟ୍ ର ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ଶୁଭ୍ରଜିତ୍ ସାମନ୍ତରାୟଙ୍କୁ ସମ୍ମାନୀତି କରିଛନ୍ତି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକl ଆଇନ୍ ଶୃଙ୍ଖଳା କ୍ଷେତ୍ରରେ ଶ୍ରୀ ସାମନ୍ତରାୟଙ୍କ ପାରଦର୍ଶିତା,ଲୋକଙ୍କୁ ଉତ୍ତମ ବ୍ୟବହାର, କାର୍ଯ୍ୟ ଦକ୍ଷତା ଭିତ୍ତିକରି ତାଙ୍କୁ ଶ୍ରେଷ୍ଠ ସବ୍ଇନ୍ସପେକ୍ଟର ସମ୍ମାନ ପ୍ରଦାନ କରାଯାଇଛି I ଛତ୍ରପୁର ଠାରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ଉତ୍ସବରେ ଗଞ୍ଜାମ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ହୁମ୍ମା ଫାଣ୍ଡି ଅଧିକାରୀ ଶୁଭ୍ରଜିତଙ୍କୁ ଶ୍ରେଷ୍ଠ ସବ୍ଇନ୍ସପେକ୍ଟର ସମ୍ମାନରେ ସମ୍ମାନୀତି କରିଥିଲେ I ଏହା ପୂର୍ବରୁ ମଧ୍ୟ ନିଜର ଦକ୍ଷତା, କାର୍ଯ୍ୟ ଶୈଳୀ, ପାଇଁ ମଧ୍ୟ ସମ୍ମାନୀତି ହୋଇଆସିଛନ୍ତି l ଏହି ସମ୍ମାନ ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I