ପୋଲିସ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ପୋଲିସ ଆନୁକୂଲ୍ୟରେ ଆଜି କଲମପୁର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ଏହି ଶିବିରରେ କୋଭିଡ଼େ-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇଛି। କଳାହାଣ୍ଡି ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ହେଉଥିବା ଦଲାଲ ମାନଙ୍କର ପ୍ରାଦୁର୍ଭାଵରୁ ଗରୀବ ପରିବାରର ରୋଗୀ ମାନଙ୍କୁ ଶୋଷଣ ମୁକ୍ତ କରିବା ଲକ୍ଷ୍ୟରେ ତଥା ସାମ୍ପ୍ରତିକ “କରୋନା ଲୋକଡାନ”ପରିସ୍ଥିତି ରେ ଭବାନୀପାଟଣା ସ୍ଥିତ ଓଡ଼ିଶା ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦଖାଦେଇଥିବାରୁ ତାକୁ ଭରଣା କରିବା ଉଦ୍ଦେଶ୍ୟରେ ଆରଂଭ କରା ଯାଇଥିବା ଏହି ଉଦ୍ୟମକୁ ସାଧାରଣରେ ପସନ୍ଦ କରାଯାଇଛି ।