ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମ ରେ ୩୬୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା ଅଞ୍ଚଳରେ ଥିବା ସାଇନପଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ କରାଯାଇଥିବା ୧୮୦ଏକର ଯାଗାରେ ବେଆଇନ ଗଞ୍ଜେଇ ଗଛକୁ କାଟି  ନଷ୍ଟ କରାଯାଇଛି । ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଅଭିଯାନରେ କ.ନୁଆଗାଁ ତହସିଲଦାର ମନୋଜ କୁମାର ଦେବତାଙ୍କ ଉପସ୍ଥିତିରେ ଏହି ଅଭିଯାନ କରାଯାଇଛି । ଏହି ମିଳିତ ଅଭିଯାନ କ.ନୁଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଏବଂ ୨ ପ୍ଲାଟୁନ ଶସସ୍ତ୍ର ପୁଲିସ ଜବାନ ମାନେ ଯୋଗ ଦେଇଥିଲେ । ଆଜିର ଏହି ଅଭିଯାନରେ ସାଇନପଡା ପଞ୍ଚାୟତର ଦାଉଙ୍ଗିଆ ଏବଂ କାଳିଆଜୋଡି ଅଞ୍ଚଳରେ ଥିବା କେନାଲ କଡରେ ୧୮୦ ଏକର ଯାଗାରେ କରାଯାଇଥିବା ବେଆଇନ ଗଞ୍ଜେଇ ଚାଷ ଗଛକୁ କାଟି ସେଠାରେ ନଷ୍ଟ କରାଯାଇଥିବା କ.ନୁଆଗାଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରାଯାଇଛି। ତେବେ ଏହି ଗଞ୍ଜେଇର ଆନୁମାନିକ ମୁଲ୍ୟ ଏକ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ସେହିଭଳି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତର ମଣିପଦର , ଦଦିମାହା , ବାଲକିଡ଼ାଡ଼ି ,ଜାମ୍ବୁପଖାଳ ଆଦି ଗୁଡ଼ିକରେ ଫିରିଙ୍ଗିଆ ପୁଲିସ୍‍ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ୧୮୦ ଏକର ଜମିରେ ବେଆଇନ ଭାବେ ଲାଗିଥିବା ଗଛ କାଟି ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୮୦ ହଜାର ଟଙ୍କା । ଏନେଇ ଏକ ମାମଲା ରୁଜୁକରି ଦଦନ୍ତ ଚାଲିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ