ପୋଲିସ ଓ ପରିବହନ ବିଭାଗର ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ପୋଲିସ ଓ ପରିବହନ ବିଭାଗର ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ଠାରେ ପୋଲିସ ଓ ପରିବହନ ବିଭାଗର ମିଳିତ ଭାବେ ଲୋକଙ୍କୁ ସଚେତନ କରିବାର ପ୍ରୟାସ କରିବା ସହିତ ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା, ଦୁଇ ଚକିଆ ଚାଳକ ମାନେ ନିୟମିତ ହେଲମେଟ ବ୍ୟବହାର କରିବା, ଚାରିଚାକିଆ ଯାନ ଚଳାଇବା ସମୟରେ ସିଟ ବେଲ୍ଟ ବ୍ୟବହାର କରିବା, ଟ୍ରାଫିକ ନିୟମ ମାନି ଗାଡିଚାଳିବା ଭଳି ବିଭିନ୍ନ ବାର୍ତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ନିକଟରୁ ଏକ ସଚେତନ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ରାଲିର ମୁଖ୍ୟ ଉଦ୍ଧେଶ୍ୟ ଲୋକଙ୍କୁ ସଚେତନ କରି ପ୍ରତେକଦିନ ଅସାବଧାନତା ଯୋଗୁଁ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ପ୍ରଶାସନର ନିଷ୍ପତ୍ତିକ୍ରମେ ଏହି କାର୍ଯ୍ୟକ୍ରମ କରାଯାଇଥିବା କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ