ପୋଲିସ ଓ ପ୍ରଶାସନର ବାରମ୍ବାର ସଚେତନତା ଓ ପେଟ୍ରୋଲିଂ ଚେତୁ ନାହନ୍ତି କିିଛି ଅମାନିଆ

ନାଉଗାଁ : କୋରନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ ଡାଉନ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କିଛି ଯୁବକ ଓ ଲୋକଙ୍କ କ୍ଷେତ୍ରରେ ଏ ଯାଏଁ ସୁଧାର ଆସି ନଥିବା ନାଉଗାଁ ବ୍ଲକରେ ଦେଖାଦେଇଛି । ସେମାନଙ୍କୁ ଦେଖି ଲାଗୁଛି ଯେମିତି କରୋନା ଭୟ ଆଉ ନାହିଁ । କେବଳ ଖରାବେଳକୁ ଛାଡି ଦେଲେ ସକାଳ ଓ ଅପରାହ୍ନରେ ମୁଖ୍ୟ ବଜାର ଓ ଖେଳ ପଡିଆରେ ଗହଳି ଦେଖିବାକୁ ମିଳୁଥିବା ବେଳେ ଗାଁ ମାନଙ୍କରେ ସକାଳ ଠାରୁ ରାତି ପର୍ଯ୍ୟନ୍ତ ଜନଗହଳି ଦେଖାଯାଉଛି । ପ୍ରତିଦିନ ନାଉଗାଁ ପୋଲିସ ଓ ତସହିଲଦାରଙ୍କ ପକ୍ଷରୁ ବାରମ୍ବାର ପେଟ୍ରୋଲିଂ ସହିତ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଉଛି । ଏହାସତ୍ୱେ ମଧ୍ୟ ସେମାନଙ୍କ ଉପରେ କିଛି ଫରକ ନ ପଡିବା ଚିନ୍ତାର ବିଷୟ ପାଲଟିଛି । ଏହି ବ୍ଲକର ମୁଖ୍ୟ ବଜାରରେ ଚା ଓ ପାନ ଦୋକାନୀମାନେ ଅଧା ଦୋକାନ ଖୋଲି ବେପାର କରୁଛନ୍ତି । ପୋଲିସ ପେଟ୍ରୋଲିଂ ଦେଖିଲେ ଲୋକମାନେ ଲୁଚି ଯାଉଥିବା ବେଳେ ଦୋକାନୀମାନେ ଦୋକାନ ବନ୍ଦ କରି ଦେଉଛନ୍ତି । ପୋଲିସ ଚାଲିଗଲା ପରେ ପୁଣି ଦୋକାନ ଖୋଲୁଥିବା ବେଳେ ଲୋକମାନେ ବାହାରକୁ ବାହାରୁଛନ୍ତି । ଅନ୍ୟପଟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଦୂରତା ରକ୍ଷା କରିବା ପାଇଁ ଚିହ୍ନ କରାଯାଇଥିଲେ ମଧ୍ୟ ଗ୍ରାହକମାନେ ଚିହ୍ନ ମଧ୍ୟରେ ନ ରହି ଏକ ସଙ୍ଗେ ଭିଡ ଲଗାଉଥିବା ଦେଖିବାକୁ ମିଳୁଛି । ସେହିପରି ସରକାରଙ୍କ ପକ୍ଷରୁ ଅଯଥାରେ ବଜାରକୁ ବାଇକି ଗାଡି ନ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ କିଛି ବାଇକ ଆରୋହୀ ଏହି ନିୟମକୁ ବେଖାତିରୀ କିରି ଦୁଇରୁ ଅଧିକ ଜଣ ବାଇକିରେ ବସି କିଛି କାମ ନଥାଇ ହାଟ ବଜାରରେ ସକାଳ ସମୟ ଓ ଅପରାହ୍ନ ସମୟରେ ଆସି ବୁଲୁଛନ୍ତି । ଏପରିକି ଏମାନେ ମାଛ ଓ ମାଂସ ବାରିରେ ସକାଳ ସମୟରେ ମାଛ ହାଟରେ ଭିଡ ଜମାଇ ମାଛ କିଣୁଥିବା ଦେଖାଯାଉଛି । ପ୍ରଶାସନ ବିଭିନ୍ନ ଉପାୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରୁଥିବା ବେଳେ ଏମାନେ ନ ମାନିବା ଚିନ୍ତାର ବିଷୟ ପାଲଟିଛି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଗାଁ ଗାଁରେ ପେଟ୍ରୋଲିଂ କରିବା ସହିତ ସଚେତନ କରିବା ପାଇଁ ଦାବି ହେଉଛି । ଅନ୍ୟପଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ଦୋକାନ ଗୁଡିକ ପ୍ରତ୍ୟେକ ଦିନ ସକାଳ ୬ଟା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବା ପାଇଁ ଗୁରୁବାର ନିର୍ଦ୍ଦେଶନାମା ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ