ପୋଲିସ କବଜାରେ ୨ ନକଲି ମାପ ଓଜନ ଅଧିକାରୀ

କେନ୍ଦ୍ରପଡାରେ ଓଜନ ଓ ମାପ ବିଭାଗର ଅଧିକାରୀ କହି ଦୋକାନୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ପଞ୍ଝାରେ ପଡିଛନ୍ତି ୨ଜଣ ଠକ । ଦୁଇ ଠକଙ୍କୁ ଗିରଫ କରି ଥାନାରେ ଅଟକ ରଖି ପଚାରା ଉଚାରା ଜାରୀ ରଖିଛି । ଦୁଇ ଠକଙ୍କ ପରିଚୟ ପଟ୍ଟାମୁଣ୍ଡା୍‌ଇ ଅଂଚଳର ବିଜୟ ସାହୁ ଓ ମନୋରଞ୍ଜନ ବାରିକ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଦୁଇ ଜଣ ବ୍ୟକ୍ତି ନିଜକୁ ମାପ ଓ ଓଜନର ଅଧିକାରୀ କହି କେନ୍ଦ୍ରପଡା ଜିଲ୍ଲା ତାଳଚୁଆ ମେରାଇନ ଥାନା ଅଂଚଳରେ ଦୁଇ ଜଣ ଠକ ବଜାରରେ ୍ ପହଞ୍ଚି ଦୋକାନୀ ମାନଙ୍କୁ ମାପ ଓଜନର ଅଧିକାରୀ କହି ଲୋକମାନଙ୍କ ସହିତ ବଚସା ଆରମ୍ଭ କରିଥିଲେ । କିଛି ଦିନ ତଳେ ମାପଓଜନ ଅଧିକାରୀ ମାନେ ବଜାରରେ ଚଢାଉ କରି ଓଜନା ମାପ ଯନ୍ତ୍ର ଗୁଡିକୁ ସିଲ କରିଥିଲେ । କିନ୍ତୁୁ ପୁଣି ଥରେ ମାପ ଓଜନର ଅଧିକାରୀ କହି ଚଢାଉ କରିଥିବାରୁ ଲୋକମାନଙ୍କ ମଧ୍ୟରେ ଅ ସନ୍ତୋଷ ଦେଖାଦେଇଥିଲା ।ଏ ହା ପରେ ଉତ୍‌କ୍ଷିପ୍ତ ହୋଇ ବେପାରୀ ଓ ଦୁଇ ଠକ ମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହାପରେ ବ୍ୟବସାୟୀ ମାନଙ୍କର ସଂନ୍ଦେହ ହେବାରୁ ସଂଗେ ସଂଗେ ଲୋକମାନେ ନିକଟସ୍ଥ ପୋଲିସ ୍‌ଷ୍ଟେସନକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ