ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ କୁମାର ସାହୁଙ୍କୁ ରାଷ୍ଟ୍ରୀୟ ସମ୍ମାନ
ଭୁବନେଶ୍ଵର : ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ କୁମାର ସାହୁଙ୍କୁ ପୋଲିସ ପ୍ରଶାସନ ସେବା କ୍ଷେତ୍ରରେ ସେମାନଙ୍କର ଦକ୍ଷତା ନିମନ୍ତେ ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ ଦୀର୍ଘ ୪୦ ବର୍ଷବ୍ୟାପୀ ଦେଶର ବିଭିନ୍ନ ପ୍ରତିଭାଧରମାନଙ୍କୁ ରାଜ୍ୟପାଳ ପ୍ରଦାନ କରିଆସୁଛନ୍ତି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହା ଚୟନ କରାଯାଇ ପ୍ରଦାନ କାଯାଇଥାଏ । ମହାନ୍ତି ଓ ସାହୁ ସେମାନଙ୍କର ପ୍ରଶାସନିକ ଦକ୍ଷତା ଓ ଲୋକାଭିମୁଖୀ ପୋଲିସ ସେବା ନିମନ୍ତେ ବିଶେଷ ଭାବରେ ଏହି ମର୍ୟ୍ୟାଦାଜନକ ରାଷ୍ଟ୍ରୀୟ ସମ୍ମାନ ଲାଭ କରିଛନ୍ତି । ସମ୍ମାନ ସେମାନଙ୍କୁ ଅଧିକ କାର୍ୟ୍ୟଦକ୍ଷତା ସହ ପୋଲିସ ସେବାକୁ ଲୋକାଭିମୁଖୀ କରାଇବାରେ ଅଧିକ ଅନୁପ୍ରେରିତ କରିବ ବୋଲି ଉଭୟ ମତବ୍ୟକ୍ତ କରି ଧନ୍ୟବାଦ ଜଣାଇଛନ୍ତି । ନିର୍ବାଚନଜନିତ ବିଶେଷ କାର୍ୟ୍ୟ ଯୋଗୁ ବ୍ୟସ୍ତ ଥିବା ହେତୁ ଦୁଇ ସମ୍ମାନିତ ପ୍ରତିଭା ସ୍ଵତନ୍ତ୍ର ଉତ୍ସବରେ ଅନୁପସ୍ଥିତ ଥିଲେ । ସମ୍ପ୍ରତି ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ମହା ସଚିବ ସୁରେନ୍ଦ୍ର ଦାସଙ୍କଠାରୁ ଉଭୟ ରାଷ୍ଟ୍ରୀୟ ସମ୍ମାନ ଗ୍ରହଣ କରି ଖୁସି ବ୍ୟକ୍ତ କରିଛନ୍ତି ।