ପୋଲିସ କର୍ମଚାରୀ ଲୋକ ମାନଂକୁ ମାସ୍କ ବଣ୍ଟନ କରିଥିଲେ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): କରୋନା ଭୁତାଣୁ ସାରା ବିଶ୍ୱ ସଂଘର୍ଷ କରୁଥିବା ବେଳେ ଦେଶ ରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢିଚାଲିଛି l ସାରା ରାଜ୍ୟ ଲକ ଡାଉନ ରହିଛି lରାଜ୍ୟ ସରକାର କରୋନା ଭୂତାଣୁ କୁ ରକୋବି ପାଈଁ ପଦକ୍ଷ୍ୟପ ଗ୍ରହଣ କରିଛନ୍ତି ଓ ସଚେତନ ମଧ୍ୟ କରାଯାଉଛି । ଏମିତି କିଛି ଗ୍ରାମ ରହିଛି ସଚେତନ ହୋଈନାହାନ୍ତି । ସଦର ଥାନା ଏସଡିପିଓ ଟାଣ ଖରା କୁ ଖାତିର ନ କରି ଗ୍ରାମ ରେ ସଚେତନତା କରିଥିଲେ । ବହାର ରାଜ୍ୟ ରୁ କିମ୍ବା ଦେଶ ବାହାରୁ କେହିବ୍ୟକ୍ତି ଆସିଥିଲେ ତୁରନ୍ତ ଜିଲ୍ଲା ପ୍ରଶାସନ କୁ ଜଣାଈବେ ଗ୍ରୀଷ୍ମ ପ୍ରଭାବ ବଢିବାରେ ଲାଗିଛ l ବ୍ରହ୍ମପୁର ପୋଲିସ ଜିଲ୍ଲା ର ସଦର ଏସଡିପିଓ ଜୟନ୍ତ କୁମାର ମହାପାତ୍ର ଗ୍ରାମ କୁ ଗ୍ରାମ ଯାଇ କରୋନା ଭୁତାଣୁ ର ଭୟଭିତରେ ନେଇ ଲୋକଙ୍କୁ ଜନ ସଚେତନ କରିଛନ୍ତି l ଗୁରୁବାର ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଓ ପଞ୍ଚମା ଗ୍ରାମ ରେ ଏସଡିପିଓ ମହାପାତ୍ର ଓ ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ଓ ଅନ୍ୟ ପୋଲିସ କର୍ମଚାରୀ ଲୋକ ମାନଂକୁ ମାସ୍କ ବଣ୍ଟନ କରିଥିଲେ l ସାମାଜିକ ଦୂରତା ରକ୍ଷ୍ୟା କରିବା ସହ କୌଣସି କାମ ନଥିଲେ ବାହାର କୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିଲେ l ଲକ ଡାଉନ ସମୟ ରେ ଘରେ ରହିବା ସହ ପରିବାର ରେ କଳହ ନ କରିବା ପାଇଁ ମହାପାତ୍ର ଅନୁରୋଧ କରିଥିଲେ l ବାହାରକୁ ବାହାରିଲେ ମାସ୍କ ପିନ୍ଧି ବାକୁ କହିଥିଲେ lକୌଣସି ବ୍ୟକ୍ତି ଲକ ଡାଉନ ସମୟ ରେ ବୁଲି ଲେ ତାଙ୍କ ବିରୋଧ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ l