ପୋଲିସ କୁ ମିଳିଛି ବଡ଼ ସଫଳତା, ଯୁବ ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ର ପର୍ଦାଫାଶ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ ସ୍ଥିତ କେନାଲ ସାହିରେ ରହୁଥିବା ହିତେନ୍ ସ୍ୱାଇଁଙ୍କୁ ଗତ ୧୩ତାରିଖ ସନ୍ଧ୍ୟାରେ ଅପହରଣ ଓ ହତ୍ୟା କରିଥିବା ଘଟଣାର ମୁଖ୍ୟଅଭିଯୁକ୍ତ ଭେଜିପୁଟର ସୁଧାଂଶୁ ଶେଖର ସ୍ୱାଇଁ ଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏହି ଘଟଣାରେ ଜଡ଼ିତ ସମସ୍ତ ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ ଅଞ୍ଚଳର ସୁଧାଂଶୁ ଶେଖର ସ୍ୱାଇଁ (୨୩) ସହ ତାର ବାପା ବିକ୍ରମ ସ୍ୱାଇଁ(୫୮), ଜଗନ୍ନାଥ ଭୂୟାଁ (୨୨), ପ୍ରଦ୍ୟୁମ୍ନ ପାତ୍ର (୨୨), ଚିତ୍ରସେନ ସାହୁ (୨୩), ପ୍ରୀତିକୃଷ୍ଣ ସ୍ୱାଇଁ (୨୫) ଏବଂ ପୂର୍ବରୁ ଗିରଫ ହୋଇଥିବା ଅନ୍ୟଜଣେ ଅଭିଯୁକ୍ତ ତ୍ରିପତି ଦାସ ଓରଫ ବାୟା ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ କିଛି ବର୍ଷ ପୂର୍ବେ ଭଞ୍ଜନଗର ହାଇସ୍କୁଲ ଛକରେ ଥିବା କିନୀ ଚିଟ ଫଣ୍ଡ ସଂସ୍ଥାରେ ସୁଧାଂଶୁ ମୃତ ହିତେନ୍ ମାଧ୍ୟମରେ ଟଙ୍କା କାରବାର କରିଥିଲା।ହେଲେ ସଂସ୍ଥା ବନ୍ଦ ହେଇଯିବା ପରେ ସୁଧାଂଶୁ ବାରମ୍ବାର ହିତେନ୍ କୁ ନିଜ ପଇସା ଫେରି ପାଇବା ପାଇଁ ମାଗୁଥିଲା।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।ଗତ ୧୩ ତାରିଖ ସନ୍ଧ୍ୟାରେ ସମୟରେ ସୁଧାଂଶୁ ହିତେନ୍ ଘରକୁ ଯାଇ ସୋଲାର ପ୍ରୋଜେକ୍ଟ ବିଷୟରେ ଆଲୋଚନା କରିବା ପାଇଁ ତାକୁ ନିଜ ବାଇକରେ ବସାଇ ବାଉଁଶ ଲୁଣ୍ଡି ସ୍ଥିତ ଏକ ଧୂପକାଠି ଗୋଦାମକୁ ଡ଼ାକି ଆଣିଥିଲା।ସେଠାରେ ହିତେନ୍ ର ମୁହଁକୁ ଗାମୁଛାରେ ଗୁଡ଼ାଇ ଶ୍ୱାସରୁଦ୍ଧ କରି ଅନ୍ୟ ସହଯୋଗୀଙ୍କ ଉପସ୍ଥିତିରେ ହତ୍ୟା କରିଥିଲା।ଏହାପରେ ହିତେନ୍ ର ମୃତଦେହକୁ ନିଜ କାରରେ ନେଇ ଦାରିଙ୍ଗବାଡି ଘାଟିରେ ଫୋପାଡ଼ି ଦେଇଥିଲା।ହିତେନ୍ ରାତିରେ ଘରକୁ ନ ଫେରିବାରୁ ୧୪ତାରିଖରେ ତାର ପତ୍ନୀ ମିନତୀ ଭଞ୍ଜନଗର ଥାନାରେ ଅପହରଣ ଅଭିଯୋଗ କରିଥିଲେ।ଏହାପରେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୮ତାରିଖରେ ସନ୍ଦିଗ୍ଧ ତ୍ରିପତି ଦାସ ଠାରୁ ସୂଚନା ପାଇ ଉକ୍ତ ସ୍ଥାନରୁ ହିତେନ୍ ର ମୃତଦେହ ଠାବ କରିବାରେ ସକ୍ଷମ ହୋଇଥିଲେ। ସୁଧାଂଶୁକୁ ଶୁକ୍ରବାର ଅପରାହ୍ନରେ ବିଭିନ୍ନ ସ୍ଥାନକୁ ନେଇ କ୍ରାଇମ ରି-କ୍ରିଏସନ କରିଥିଲା।ସମସ୍ତ ତଥ୍ୟ ଆଧାରରେ ସେମାନଙ୍କୁ ଗିରଫ କରି ହତ୍ୟାକାଣ୍ଡରେ ବ୍ୟବହୃତ କାର, ଗୋଟିଏ ଗ୍ଲାମର ବାଇକ, ଗୋଟିଏ ଭୁଜାଲି,ଗୋଟିଏ ଲାଠି, ଗୋଟିଏ ଷ୍ଟେଥୋ ସ୍କୋପ,ଗୋଟିଏ ଗାମୁଛା,୫ଟି ମୋବାଇଲ ଫୋନ,୨ଟି ସିମ କାର୍ଡ଼, ମୃତକଙ୍କ ଅଧା ପୋଡ଼ା ପୋଷାକ ଓ ଚପଲ ଜବତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ