ପୋଲିସ ଖାକି ରେ ଲାଗିଲା କଳା ଦାଗ : ଦୁଷ୍କର୍ମ ଅଭିଯୋଗ ଯୁବତୀଙ୍କ ଥାନାରେ ଏତଲା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଓଡ଼ିଆ ମେଟ୍ରି ମନି ରୁ ପ୍ରେମ ସମ୍ପର୍କ ଗଢିଉଠିଲା । ତାପରେ ଵିବାହ ପ୍ରତିଶୁତି ପରେ ଶାରୀରିକ ସମ୍ପର୍କ ପରେ କିଛି ମାସ ବିତିଲା ପରେ ପ୍ରତାରଣା। ବିବାହ ପ୍ରତିଶ୍ରୁତି ଦେଇ ମନାକରିବାରୁ ଏବେ ଯୁବତୀ ଜଣକ ଥାନା ର ଦ୍ୱାରସ୍ତ ହୋଇଛନ୍ତି । ଏବେ ପୋଲିସ ବାବୁ ଅଡ଼ୁଆରେ । ପାଟପୁର ଥାନା ରେ କାର୍ଯ୍ୟରତ କନେଷ୍ଟବଳ ମାନସ ରଞ୍ଜନ ବେହେରା ( ରାଇଟ୍ର) ଭାବେ କାମାକରୁଥିଲେ ମୋବାଇଲ୍ ରେ ପ୍ରେମ ସମ୍ପର୍କ ଗଢିଉଠିଲା । ଯୁବତୀ ଜଣକ ଫୁଲବାଣୀ ଜିଲ୍ଲା ବୋଲି ଜଣାପଡିଛି । ଯୁବତୀ ଜଣକ ଫୋନ୍ ରେ ବାରମ୍ୱାର ଯୋଗାଯୋଗ କରିବାରୁ ସମ୍ଭବ ହୋଇନଥିଲା । ଏହାପରେ କନେଷ୍ଟବଳ ମାନସ ରଞ୍ଜନ ବେହେରା ଛୁଟି ନେଇ ଯାଉଥିବା ବେଳେ ଯୁବତୀ ଙ୍କୁ ପ୍ରତାରଣା ପରେ ପାଟପୁର ଥାନା ରେ ଏତଲା ଦେଇଛନ୍ତି । ଏନେଇ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ରେ ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ପାଟପୁର ପୋଲିସ ପକ୍ଷରୁ ପୀଡ଼ିତା ଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ ଡାକ୍ତରୀ ମାଇନା ପାଇଁ ନେଇଥିବା ସୂଚନା ମିଳିଛି ।