ପୋଲିସ-ଜନତା ମଧ୍ୟରେ ସେତୁ ବାନ୍ଧିଛି ଟାଉନ ଥାନାର ୨୪ ପ୍ରହର ହରିନାମ ସଂକୀର୍ତ୍ତନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମାନୁଷ ଜୀବନରେ ହରିନାମ କେବଳଂ । ମଣିଷ ଯେତେ ବାସ୍ତୁବାଦୀ ହେଲେ ମଧ୍ୟ ମାୟାରେ ବାୟା ହେଲେବି ଶୃଙ୍ଖଳା ରଜୁରେ ବାନ୍ଧି ରଖେ ଆସ୍ଥା ଓ ବିଶ୍ବାସ ଆଧ୍ୟାତ୍ମିକତା। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ପରିସରରେ ଦିର୍ଘ ୬୦ ବର୍ଷରୁ ଉର୍ଦ୍ଧ୍ବ ହେଲା ୨୪ ପ୍ରହର ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେଉଅଛି । ଏହା ରାଇରଙ୍ଗପୁର ସ଼ହର ଵହୁ ପୁରାତନ ହରି ମଣ୍ଡପ ।କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ନାମ ସଂକୀର୍ତ୍ତନ ହୋଇ ପାରୁନଥିଲା । ଚଳିତ ବର୍ଷ କଟକଣା ହଟିବା ଯୋଗୁଁ ପ୍ରତିବଷ ଭଳି ଏବର୍ଷ ଏପ୍ରିଲ ୨୮ ରୁ ଆରମ୍ଭ ହୋଇ ମଇ ୨ ତାରିଖ ଦିନ ୨୪ ପ୍ରହରନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସରକାର କିଛି ବର୍ଷ ହେଲା ନିଷ୍ପତ୍ତି ନେଇଛନ୍ତି ଯେ ପୋଲିସ ଏବଂ ଜନତା ମଧ୍ୟରେ ସୁସଂପର୍କ ରହିଲେ ଲୋକେ ପୋଲିସ ଉପରେ ବିଶ୍ବାସ ରଖିବେ ।ତଦସହ ପୋଲିସ ମଧ୍ୟ ନିୟମ ଅନୁସାରେ ଜନତାଙ୍କୁ ପାରୁ ପର୍ଯ୍ୟନ୍ତ ସହଯୋଗ କରିବେ ।ହେଲେ ଏହି ଟାଉନ ଥାନା।୨୮ ତାରିଖ କଳସ ପ୍ରତିଷ୍ଠା,୨୯ ତାରିଖ ଅପରାହ୍ନରୁ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା ୨ ତାରିଖ ଦିନ ଅପରାହ୍ନରେ ଯଜ୍ଞ ଓ ନାମ ସଂକୀର୍ତ୍ତନ ଉଦଯାପିତ ହୋଇଥିଲା । ଏଥିରେ ବିଶିଷ୍ଟ ପୂଜକ ଷଡ଼ଙ୍ଗୀ ନନା, ରବିନାରାୟଣ ହୋତା ପ୍ରମୁଖ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । କର୍ତ୍ତା ହିସାବରେ ଥାନା ଅଫିସର ଡି ଡି ମହାନ୍ତ ଏବଂ ତାଙ୍କ ସହଧର୍ମିଣୀ ପୂଜାରେ ବସିଥିଲେ । ଝାଡ଼ଖଣ୍ଡ ରାଜ୍ୟର ବଳରାମପୁର ଅଂଚଳର ତପନ ଦାସ ଏବଂ ସାଥୀ, ରାଞ୍ଚି ର ସୁରେଶ ଦାସ ଓ ସାଥୀ, ପଶ୍ଚିମବଙ୍ଗ ପୁରୁଲିଆର ନିତ୍ୟାନନ୍ଦ ଗୋସ୍ବାମୀ, ରାଇରଙ୍ଗପୁର ଗଡିଗାଁର ନଗେନ ଗ୍ରୁପ,ବହଳଦାର ତିକ୍ଷିଆ ଗ୍ରୁପ ପ୍ରମୁଖ ସଂକୀର୍ତ୍ତନ ଦଳ ସେମାନଙ୍କର ନାମ ସଂକୀର୍ତ୍ତନ ଓ ନୃତ୍ୟ ପରିବେଷଣ କରି ଆଖପାଖ ଅଂଚଳରୂ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବାନ୍ଧି ରଖିଥିଲେ ।୪ ଦିନ ଧରି ହଜାର ହଜାର ଶ୍ରଦ୍ଧାଳୁହରିନାମ ଓ ସଂକୀର୍ତ୍ତନ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଛୁଟି ଆସିଥିଲେ । ରାଇରଙ୍ଗପୁର ଟାଉନ ଥାନା ତ୍ରିନାଥ ଗୋସାଇଁ ନାମ ସଂକୀର୍ତ୍ତନ କମିଟି ତରଫରୁ ସମସ୍ତଙ୍କୁ ୪ ଦିନ ଧରି ଦିବାରାତ୍ର ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ସମଗ୍ର ରାଇରଙ୍ଗପୁର ସହରରେ ଏକ ଆଧ୍ୟାତ୍ମିକ ପରିବେଶ ଓ ହରିରାମ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ।ଏଠାରେ ଆବାହମାନ କାଳରୁ ବିଶ୍ବାସ ଅଛି ଯେ ଯେତେ ଗ୍ରୀଷ୍ମ ତାତି ଥାଉ ହେଲେ ରାଇରଙ୍ଗପୁର ଟାଉନ ଥାନା ପରିସରରେ ୨୪ ପ୍ରହର ନାମ ଯଜ୍ଞ ହେଲେ ନିଶ୍ଚିତ ଭାବରେ ଇନ୍ଦ୍ର ଦେବତା ପ୍ରସନ୍ନ ହୋଇ ବର୍ଷା ଢାଳନ୍ତି । ସତକୁ ସତ ମଇ ୧ ତାରିଖ ଦିନ ରାଇରଙ୍ଗପୁର ରେ ଭଲ ବର୍ଷା ହୋଇଥିଲା । ଧରିତ୍ରୀ ସୁଶୀଳ ହୋଇଥିଲା । ରାଇରଙ୍ଗପୁର ଟାଉନଥାନା ଅଧିକାରୀ ଅଜୟ ସୁଦର୍ଶନ ବାଗେ, ଚିତ୍ତରଞ୍ଜନ ବାରିକ,ବରୁଣ ଗିରି, ବରିଷ୍ଠ ଓକିଲ ରସାନନ୍ଦ ଲେଙ୍କା,ବୀର କିଶୋର ମହାପାତ୍ର,ମନ ମୋହନ ପରମାଣିକ, ଉପେନ୍ଦ୍ର ବେହେରା , ସଂଜୀବ ରାମ ,ଭେଣ୍ଢିଂଜୋନ କମିଟିଏବଂ ଟାଉନ ଥାନାର ସମସ୍ତ କର୍ମଚାରୀ ଦିନ ରାତି ଆକ୍ରାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।ଦିର୍ଘ ଦୁଇବର୍ଷ ପରେ ପୁନଃ ନାମ ସଂକୀର୍ତ୍ତନ ପାଇଁ ଟାଉନ ଥାନା ଆଇଆଇସି ଙ୍କ ଉଦ୍ୟମକୁ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସହରବାସୀ, ବଦାନ୍ୟ ବ୍ୟକ୍ତି ଓ ପୋଲିସ କର୍ମଚାରୀ ସହଯୋଗ ଓ ଅକ୍ଳାନ୍ତ ପରିରମ କରି ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ସୋଇଥିବାରୁ ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ।