ପୋଲିସ ଜବତ କଲା ବିଦେଶୀ ମଦ ,୧ କୋର୍ଟ ଚାଲାଣ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିଲେ ମଧ୍ୟ ସ୍ଥାନୀୟ ଅବକାରୀ ବିଭାଗ ସ୍ଥାଣୁ ପାଲଟିଛି । ଯଦ୍ୱାରା ସ୍ଥାନୀୟ ଅଂଚଳର ଅବକାରୀ ବିଭାଗର କାର୍ଯ୍ୟ ପୁଲିସ ପ୍ରଶାସନକୁ କରିବାକୁ ପଡ଼ୁଛି । ଏହାର ନିଛକ ଉଦାହରଣ ଶନିବାର ଦିନ ଦେଖିବାକୁ ମିଳିଛି । ଶନିବାର ପୂର୍ବାହ୍ନରେ ହିଂଜିଳିକାଟୁ ଅଂଚଳରୁ ଜୈନିକ ଯୁବକ ଟିଭିଏସ ଏକ୍ସଏଲ (ଓଡ଼ି୦୭ ସି ୩୦୩୨) ଯୋଗେ ୬୩ ଲିଟର ବିଦେଶୀ ମଦ ନେଉଥିବା ବେଳେ ହିଂଜିଳି ପୋଲିସ ସ୍ଥାନୀୟ ପୌରାଂଚଳ ତରାତାରୀଣି ରୋଡ଼ ନିକଟରୁ ଗାଡି଼ ଓ ବିଦେଶୀ ମଦ ଜବତ କରିବା ସହ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହିଂଜିଳି ଥାନା ଶାସନ ଆମ୍ବଗାଁର ଶିବରାମ ପୋଲାଇ (୩୯) । ଏ ନେଇ ହିଂଜିଳି ଥାନା ନଂ- ୧୧୨/୧୯ ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଜବତ ବିଦେଶୀ ମଧ୍ୟରେ ୩୬ ଟି କିଙ୍ଗଫିସର କେନ୍ ବିୟର, ୬୦ ଟି (୬୫୦ ମିଲି) କିଙ୍ଗଫିସର ବିୟର ଓ ୪୮ ଟି (୧୮୦ ମିଲି) ରୟାଲ ହ୍ୱିସ୍କି ରହିଛି ।