ପୋଲିସ ଠାରୁ ନ୍ୟାୟ ନପାଇ ଦମ୍ପତ୍ତିଙ୍କ କେନ୍ଦୁଆପଦା ଫାଣ୍ଡି ସମ୍ମୁଖରେ ଅନଶନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ୍ କେନ୍ଦୁଆପଦା ପଞ୍ଚାୟତର ଅନ୍ତର୍ଗତ ଆମ୍ପୋର ଗ୍ରାମର ମନୋରଞ୍ଜନ କର କୋର୍ଟରେ ବିଚାରାଧୀନ ଏକ ମାମଲାରେ ସମ୍ପତ୍ତିର ସ୍ଥିତାବସ୍ଥା ବଜାୟ ରଖିବା ନିମନ୍ତେ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ବିବାଦୀୟ ସମ୍ପତ୍ତି ଉପରେ ନିର୍ମାଣ କାର୍ଯ୍ୟ ଜାରୀ ରଖିଥିବା ଅଭିଯୋଗରେ ଅପରପକ୍ଷ ପଦ୍ମନାଭ କର ଓ ପତ୍ନୀ ସତ୍ୟଭାମା କର ଆଜିଠାରୁ କେନ୍ଦୁଆପଦା ଫାଣ୍ଡି ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ଘଟଣାରୁ ପ୍ରକାଶ ଯେ ଆମ୍ପୋର ଗ୍ରାମର ପଦ୍ମନାଭ କର, ୰ ମାଗୁଣି କରଙ୍କ ସହ ଅନ୍ୟ ଅଂଶଦାରଙ୍କ ପୁଅମାନଙ୍କ ମଧ୍ୟରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ସୃଷ୍ଟି ହେବାରୁ ପଦ୍ମନାଭ କର ନିମ୍ନ କୋର୍ଟରେ ଏକ ମକୋଦ୍ଦମା କରିବା ସହ ଡିଗ୍ରୀ ନେଇଥିଲେ । ଫଳରେ ୰ ମାଗୁଣି କରଙ୍କ ମନୋରଞ୍ଜନ କର ନିମ୍ନ କୋର୍ଟଙ୍କ ରାୟ ବିରୁଦ୍ଧରେ ୨୦୨୦ ମସିହାରେ ମାନ୍ୟବର ଭଦ୍ରକ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ଅପିଲ୍ କରିଥିଲେ । ଉକ୍ତ ଆବେଦନକୁ ମାନ୍ୟବର ଜିଲ୍ଲା ଜଜ୍ ୩୩/୨୦୨୦ ମୂଳେ ବିଚାର ପାଇଁ ଗ୍ରହଣ କରିବା ସହ ୩.୩.୨୨ରିଖରେ ଉକ୍ତ ବିବାଦୀୟ ସମ୍ପତ୍ତିର ସ୍ଥିତାବସ୍ଥା ରକ୍ଷା କରିବା ନିମନ୍ତେ ଉଭୟପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ କେନ୍ଦୁଆପଦା ଫାଣ୍ଡି ଅଧିକାରୀଙ୍କୁ ଉକ୍ତ ଆଦେଶକୁ କାର୍ଯ୍ୟକାରୀ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଆପଦା ଫାଣ୍ଡି ଅଧିକାରୀ ୧୪.୫.୨୨ରିଖରେ ଉକ୍ତ ବିବାଦୀୟ ଜମିରେ କେନ୍ଦୁଆପଦା ଆର୍‌ଆଇଙ୍କ ଉପସ୍ଥିତିରେ ୧୪୪ଧାରା ଜାରୀ କରିବା ସହ ଭବିଷ୍ୟତ ଗଣ୍ଡଗୋଳକୁ ରୋକିବା ନିମନ୍ତେ ୧୯.୨.୨୩ରିଖରେ ୧୦୭ ମକୋଦ୍ଦମା ରୁଜୁ କରିଛି । ମାତ୍ର କୋର୍ଟର ସମସ୍ତ ଆଇନ୍‌କାନୁନ୍‌କୁ ଅବମାନନା କରି ମନୋରଞ୍ଜନ କର ଉକ୍ତ ବିବାଦୀୟ ଜମି ଉପରେ ଗୃହ କାର୍ଯ୍ୟ ନିର୍ମାଣ କରିବାକୁ ପଦକ୍ଷେପ ନେଉଥିଲେ ମଧ୍ୟ ସ୍ଥାନୀୟ ପୁଲିସ ସେଥିପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ କରି ଆଜି ଅଭିଯୋଗକାରୀ ପଦ୍ମନାଭ କର ଓ ତାଙ୍କ ପତ୍ନୀ ସତ୍ୟଭାମା କର କେନ୍ଦୁଆପଦା ଫାଣ୍ଡି ସମ୍ମୁଖରେ ଆମରଣ ଅନଶନ ଜାରୀ ରଖିଛନ୍ତି । ଏନେଇ କେନ୍ଦୁଆପଦା ଫାଣ୍ଡି ଅଧିକାରୀ କ୍ଷୀରୋଦ ଚନ୍ଦ୍ର ପରିଡାଙ୍କ ସହ ଯୋଗାଯୋଗ କରିବାରୁ ସେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିଥିଲା ବେଳେ ଜମିବାଡି ସମସ୍ୟାରେ ପୁଲିସର କୌଣସି ଭୂମିକା ନଥିବା ଯୋଗୁଁ ଭବିଷ୍ୟତରେ ମାନ୍ୟବର କୋର୍ଟଙ୍କ କୌଣସି ନିର୍ଦ୍ଦେଶ ଆସିଲେ ସେ ତୁରନ୍ତ କାର୍ଯ୍ୟକାରୀ କରିବେ ବୋଲି ସୂଚନା ଦେଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଉଚ୍ଚ ଅଧିକାରୀ ଅନଶନ ସ୍ଥଳରେ ପହଞ୍ôଚନଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ