ପୋଲିସ ତରଫରୁ ମାସ୍କ ଓ ୫୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ଦିନକୁ ଦିନ କାୟା ବିସ୍ତାର କରି ଦ୍ରୁତ ଗତିରେ ବ୍ୟାପୀଚାଲିଛି l କରୋନା ଭୁତାଣୁ ସଂକ୍ରମଣକୁ ରୋକିବାକୁ ସରକାର ଲକ ଡାଉନ ଜାରି କରିଛନ୍ତି l ରାଜ୍ୟରେ ସରକାର ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କୁ ସଚେତନା କରାଉଛନ୍ତି l ଏହି ପେରିପ୍ରେକ୍ଷୀରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦର ଏସଡ଼ିପିଓ ଜୟନ୍ତ କୁମାର ମହାପାତ୍ର ଟାଣ ଖରାକୁ ଖାତିର ନ କରି ଶନିବାର କଙ୍କିଆ ଗ୍ରାମରେ ପହଂଚି ଲୋକଙ୍କୁ କରୋନା ଭୁତାଣୁ ସଂକ୍ରମଣ କିପରି ହୁଏ ଓ ଏହାକୁ କିପରି ରୋକା ଯାଇପାରିବ ଏ ସମ୍ପର୍କରେ ବୁଝାଇବା ସହ ମାସ୍କ ବଣ୍ଟନ କରିଥିଲେ l ଭିକାରି, ନିରାଶ୍ରୟା, ଓ ଗରିବ ୫୦୦ ଜଣ ଙ୍କୁ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ lସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ହାତକୁ ସାବୁନ ରେ ବାରମ୍ବାର ଧୋଇବା, ବାହାର ରାଜ୍ୟ କିମ୍ବା ବିଦେଶରୁ ଆସିଥିଲେ କେନ୍ଦ୍ରରେ ନାମ ପଞ୍ଜିକୃତ କରିବା ଲୋକଙ୍କୁ ବୁଝାଇ ସଚେତନ କରିଥିଲେ l ଏଥି ସହ କରୋନା ଭୟାବହ ସମ୍ପର୍କରେ କହିବା ସହ ସରକାର ନିୟମ ମାନି ଲକ ଡାଉନ ସମୟରେ ବାହାରକୁ ନ ଯିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ l ଏହି ସଚେତନା କାର୍ଯ୍ୟକ୍ରମରେ ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ଓ ଅନ୍ୟ ପୋଲିସ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ


