ପୋଲିସ ଥାନା ପରିସରରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ପୋଲସରା, (ଅନିଲ କୁମାର ମହାରଣା):ପୋଲାସରା ପୋଲିସ ଥାନା ପରିସରରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବାସହ ନୂତନ ବିଗ୍ରହଙ୍କ ଦର୍ଶନ ହୋଇପାରିଛି । ନଭେମ୍ବର ୨୨ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅଙ୍କୁରରୋପଣ, ଜଳଯାତ୍ରା, ପ୍ରତିଷ୍ଠା କର୍ମ, ବନଯାଗ, ମହାପ୍ରଭୁଙ୍କ ମହାସ୍ନାନ, ବ୍ରହ୍ମନ୍ୟାସ, ରତ୍ନମୁଦ, ମନ୍ଦିର ପ୍ରବେଶ, ସିଂହାସନ ଆରୋହଣ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଆଜି ପତିତପାବନଙ୍କ ସହ ତ୍ରିନାଥ ଠାକୁରଙ୍କୁ ମଧ୍ଯ ସ୍ଥାପନ କରାଯାଇଥିଲା। ମୁଖ୍ୟ ପୁରୋହିତ ପଣ୍ଡିତ ସୁବ୍ରତ କୁମାର ତ୍ରିପାଠୀଙ୍କ ସମେତ ଭବାନୀ ଶଙ୍କର ତ୍ରୀପାଠୀ, ପଣ୍ଡିତ ଚନ୍ଦନ ମିଶ୍ର, ପଣ୍ଡିତ ଲବ କିଶୋର ରଥ, ପରମେଶ୍ବର ତ୍ରୀପାଠୀ, ଚନ୍ଦନ ଦାଶ, ଶିବ ଶଙ୍କର ମହାପାତ୍ର ପ୍ରମୁଖ ହୋମ, ଯଜ୍ଞ, ପ୍ରତିଷ୍ଠା ପ୍ରଭୃତି କାର୍ଯ୍ୟ ନିଷ୍ଠାର ସହ କରିଥଲେ। ଏହି କାର୍ଯ୍ୟକ୍ରମରେ ବେଲଗାଁ, ମନଶିଳା, ଜା.ଡେଙ୍ଗାପଦର, ଡ଼ିମ୍ବିରିଆ, ମର୍ଦ୍ଦରାଜପୁର, ଘୋଡ଼ାପଲାଣ ଓ ଖଇରଛଟା ଗ୍ରାମମାନଙ୍କର ନାମ ସଙ୍କୀର୍ତ୍ତନ ଦଳ ନାମଯଜ୍ଞରେ ନିୟୋଜିତ ରହିଥିଲେ। ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ରକ୍ତଦାନ ଶିବିର, ନାମ ଯଜ୍ଞ , ଘୃତ ଯଜ୍ଞ, ଅନ୍ନଯଜ୍ଞ କାର୍ଯ୍ୟକ୍ରମରେଳ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ପୋଲସରା ପୋଲିସ ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ଆନ୍ତରିକ ଉଦ୍ୟମରେ ଏବଂ ଥାନାର ସମସ୍ତ କର୍ମଚାରୀ, ପୋଲସରା ଅଞ୍ଚଳବାସୀଙ୍କ ଓ ସ୍ବେଛସେବୀ ସଂଗଠନ ସମୂହଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁଭାବେ ସମ୍ପର୍ଣ୍ଣ ହୋଇଥିଲା। ଥାନା ଆଇଆଇସି ଶ୍ରୀ ମଲ୍ଲିକଙ୍କ ଏହି ଉଦ୍ୟମକୁ ପୋଲସରା ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିବା ସହ ଶୁଭକାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ