ପୋଲିସ ପକ୍ଷରୁ ଟ୍ରକ ମାଲିକଙ୍କୁ ସଚେତନ

ଢେଙ୍କାନାଳ,(ତାପସ ଦାସ):ଭୁବନ କାଳୀବଜାର ଠାରୁ ଢେଙ୍କାନାଳ ବାଜିଚୌକ ୪୫ କିମି ପୂର୍ତ୍ତବିଭାଗ ରାସ୍ତାରେ ମାର୍ଚ୍ଚ ମାସ ୧ ତାରିଖ ଠାରୁ ସକାଳ ୯ ଘଟିକା ଠାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ କରାଯାଇଛି। ଜିଲ୍ଲାପାଳ ଚିଠି ନଂ – ୯୬୮ ଆଦେଶକୁ ପାଳନ କରିବା ପାଇଁ ଢ଼େଙ୍କାନାଳ ସଦର ଥାନା, ଟାଉନ ଥାନା, ଗାଁଦିଆ ଓ ଭୁବନ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ୭୦ ଦିନ ବିତି ଯାଇଥିଲେ ସୁଦ୍ଧା ୬ ଚକିଆ ମାଙ୍କଡ଼ା ପଥର, ୧୦ ଚକିଆ ଟ୍ରକ ଓ ହାଇୱା ବାଲି, ଗାଡ଼ି ସବୁ ନିର୍ବିଘ୍ନରେ ଚଳାଚଳ କରୁଛି। ଛାତ୍ରଛାତ୍ରୀ ମାନେ ସ୍କୁଲଯିବା ସମୟ ଓ ସ୍କୁଲରୁ ଫେରିବା ସମୟରେ ରାସ୍ତା ଜାମ ହେଉଥିଲା। ଜିଲ୍ଲାପାଳଙ୍କ ନୋ ଏଣ୍ଟ୍ରି ଆଦେଶକୁ ଖାତିର ନକରି ଭାରିଯାନ ଚାଲୁଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜିଲ୍ଲାପାଳଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ଜନସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ